ନୂଆଦିଲ୍ଲୀ,୪।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଶଂସା କରି କହିଛନ୍ତି ତାଙ୍କ ଭାଇ ରାହୁଲ ହେଉଛନ୍ତି ସାହସୀ। କାରଣ ଖୁବ୍ କମ୍ ଲୋକଙ୍କ ପାଖରେ ଏଭଳି ସାହସ ଦେଖିବାକୁ ମିଳେ ବୋଲି ପ୍ରିୟଙ୍କା କହିଛନ୍ତି। ତେଣୁ ରାହୁଲଙ୍କ ନିଷ୍ପତ୍ତିକୁ ସେ ସମ୍ମାନ କରନ୍ତି ବୋଲି ଟୁଇଟ୍ କରି ଜଣାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ତାଙ୍କ ଅଫିସିଆଲ୍ ଟୁଇଟର୍ ପେଜ୍ରେ ମଧ୍ୟ ପରିବର୍ତ୍ତନ କରାଯାଇ କେବଳ କଂଗ୍ରେସ ନେତା ବୋଲି ଉଲ୍ଲେଖ ରହିଥିଲା।