ନୂଆଦିଲ୍ଲୀ,୨୮।୫: ଲୋକ ସଭା ନର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ଅଡି ବସିଛନ୍ତି। ହେଲେ ଏତିକି ବେଳେ ତାଙ୍କୁ ବୁଝାଇବାକୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲାଙ୍କ ସମେତ ଆହୁରି କିଛି ନେତା ପହଞ୍ଚିଥିବା ସୂଚନା ମିଳିଛି। କୁହାଯାଉଛି କି ଏମାନେ ସମସ୍ତେ ରାହୁଲଙ୍କୁ ମନାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଏହାକୁ ନେଇ ସୋମବାର କେତେଜଣ କଂଗ୍ରେସ ନେତା ରାହୁଲଙ୍କୁ ଭେଟିବାକୁ ଚାହୁଁଥିଲେ ସୁଦ୍ଧା ରାହୁଲ ଏମାନଙ୍କୁ ଦେଖା ଦେଇ ନ ଥିଲେ। ଆଉ କହିଥିଲେ ଏବେ କଂଗ୍ରେସର ଅଧ୍ୟକ୍ଷ ଭାବେ ଗାନ୍ଧୀ ପରିବାରକୁ ଛାଡି ଆଉ କାହାକୁ ବାଛି ନେବା ଭଲ ହେବ।