ପାଟନା,୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ଏକ ମାନହାନି ମାମଲାରେ ଜାମିନ ମିଳିଛି। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ନାଁରେ ଗତ ଏପ୍ରିଲରେ ପାଟନାର ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ମାନହାନି ମାମଲା ଦାୟର କରିଥିଲେ। ସୂଚନାଯୋଗ୍ୟ, କର୍ନାଟକର କୋଲାର ଜିଲାରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେବା ସମୟରେ ରାହୁଲ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ସବୁ ଚୋରମାନଙ୍କ ସରନେମ୍ କାହିଁକି ମୋଦି। ଏହାକୁ ନେଇ ସୁଶୀଲ ମୋଦି ଏକ ମାନହାନି ମାମଲା କରିଥିଲେ।