Categories: ଜାତୀୟ

ରାହୁଲଙ୍କୁ ମୋଦିଙ୍କ କଡା ଜବାବ

ନୂଆଦିଲ୍ଲୀ,୬।୨: ବଜେଟ ଅଧିବେଶନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସଂସଦରେ ରାହୁଲଙ୍କ କଟାକ୍ଷର ଜବାବ ଦେଇ ମୋଦି କହିଛନ୍ତି, ଏବେ ମୁଁ ସୂର୍ଯ୍ୟ ନମସ୍କାର ସଂଖ୍ୟା ବଢାଇଦେବି। ଆଉ ସୂର୍ଯ୍ୟ ନମସ୍କାର କରି ପିଠିକୁ ମଜଭୂତ କରିଦେବି। ସୂଚନାଯୋଗ୍ୟ, ବୁଧବାର ରାହୁଲ ଗାନ୍ଧୀ ଏକ ନିର୍ବାଚନ ରାଲିରେ ମୋଦିଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ କହିଥିଲେ ବର୍ତ୍ତମାନ ଦେଶର ସ୍ଥିତି ଯାହା ୬ମାସ ପରେ ଯୁବବର୍ଗ ମୋଦିଙ୍କୁ ଠେଙ୍ଗାରେ ବାଡେଇବେ। ଏବେ ମୋଦି ଏହାର ଜବାବରେ ସୂର୍ଯ୍ୟ ନମସ୍କାର କରି ମଜଭୂତ ହୋଇଯିବେ ବୋଲି କହିଛନ୍ତି।

Share