Categories: ଖେଳ

ରାହୁଲଙ୍କୁ ସମସ୍ୟା କରିବନି ନୂଆ ବଲ୍‌

ମୁମ୍ବାଇ, ୨୨ା୬ (ପି.ଟି.)-ଚଳିତ ବିଶ୍ୱକପ୍‌ରେ ନୂଆ ବଲ୍‌କୁ ସାମ୍ନା କରିବା କେ.ଏଲ୍‌. ରାହୁଲଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏକଥା କହିଛନ୍ତି। ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ରୂପେ ତାଙ୍କ ଟେକ୍‌ନିକ୍‌ ଠିକ୍‌ ରହିଛି। ବୃଦ୍ଧାଙ୍ଗୁଳିରେ ଆଘାତ ଯୋଗୁ ନିୟମିତ ଓପନର ଶିଖର ଧାଓ୍ବନ ଦଳରୁ ବାଦ୍‌ ପଡ଼ିବା ପରେ ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ରାହୁଲ ଓପନ କରିଥିଲେ। କର୍ନାଟକର ଏହି ବ୍ୟାଟ୍ସମ୍ୟାନ ମ୍ୟାଚରେ ୮୭ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୫୭ ରନ କରିବା ସହ ରୋହିତ ଶର୍ମାଙ୍କ ସହ ୧୩୬ରନର ପାର୍ଟନରଶିପ୍‌ କରିଥିଲେ। ଧାଓ୍ବନ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଯୁୁବ ଖେଳାଳି ରିଷଭ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି। ଫଳରେ ଭାରତର ଅବଶିଷ୍ଟ ମ୍ୟାଚଗୁଡ଼ିକରେ ରୋହିତଙ୍କ ସହିତ ରାହୁଲ ଓପନିଂ କରିବା ପକ୍କା ହୋଇଛି। ଲାରାଙ୍କ ହିସାବରେ ବିରାଟ କୋହଲିଙ୍କ ପରେ ରାହୁଲ ହେଉଛନ୍ତି ଭାରତର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ତାଙ୍କୁ ମିଳିଥିବା ସୁଯୋଗର ସେ ହାତଛଡ଼ା କରିବା ଉଚିତ୍‌ ନୁହେଁ।

Share