Posted inଜାତୀୟ

‘ରାହୁଲ ମୋ ପାଖକୁ ଆସିଲେ, ଆଉ…’ କଂଗ୍ରେସ ଏମ୍‌ପିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧୨: ବିରୋଧୀ ତଥା ଶାସକ ଦଳର ଏମ୍‌ପିମାନେ ଗୁରୁବାର ବାବାସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଠେଲାପେଲାରେ ଭାଜପା ଏମ୍‌ପି ପ୍ରତାପ ସଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମୟରେ ରାଜ୍ୟ ସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସରକାର ଗୁରୁତର ଅଭିଯୋଗ ଆଣିଛନ୍ତି। ନାଗାଲାଣ୍ଡ ଭାଜପା ସଦସ୍ୟ ଫାଙ୍ଗନନ କୋନ୍ୟାକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ସଂସଦର ମକର ଫାଟକ ନିକଟରେ ଅନ୍ୟ ଏମ୍‌ପିଙ୍କ ସହ ବିରୋଧ କରୁଥିଲେ ସେତେବେଳେ ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ନିକଟକୁ ଆସିଥିଲେ ଆଉ ଚିଲାଇଥିଲେ।

ସେ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଏକ ଚିଠି ଲେଖି କହିଛନ୍ତି, ରାହୁଲ ତାଙ୍କ ସହ ଅଶାଳୀନ ବ୍ୟବହାର କରିଛନ୍ତି। ସେ ମୋର ମାନ ସମ୍ମାନକୁ ଆଘାତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀଦଳର ନେତା ନିକଟତର ହୋଇଥିଲେ ଏବଂ ମୋତେ ଏହା ଭଲ ଲାଗିଲା ନାହିଁ। ଆଜି ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ, ଏହା ହେବା ଉଚିତ୍‌ ନୁହେଁ । ଯାହାକୁ ନେଇ ମୁଁ ମଧ୍ୟ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେବା ପରେ ଦେଖିବାକୁ ଗଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ହୋଇଥିବା ଉତ୍ତେଜନାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ, ବିରୋଧୀ ଦଳର...

ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ଦେବା ଘଟଣା! ରାହୁଲଙ୍କୁ ହେବ କି ଜେଲ୍‌…

ନୂଆଦିଲ୍ଲୀ,୧୯।୧୨: ସଂସଦ ପରିସରରେ ଖଣ୍ଡଯୁଦ୍ଧକୁ ନେଇ ରାଜନୀତି ଉଠୁଛି ପଡୁଛି। ଏବେ ଭାଜପା ଲୋକ ସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର...

ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ଗୁଣ୍ଡା…

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନର ସୃଷ୍ଟିକର୍ତ୍ତା ଡ. ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ...

ସଂସଦରେ ଖଣ୍ଡଯୁଦ୍ଧ: ଡାକ୍ତର କହିଲେ ନନାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନର ସୃଷ୍ଟିକର୍ତ୍ତା ଡ. ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ...

ଅଭିଯୋଗର ଜବାବ ରଖିଲେ ରାହୁଲ, କହିଲେ ଭାଜପା ନେତା ଆମକୁ ଅଟକାଇଥିଲେ…

ନୂଆଦିଲ୍ଲୀ,୧୯।୧୨: ପାର୍ଲାମେଣ୍ଟ ହାଉସ କମ୍ପ୍ଲେକ୍ସରେ ଭାଜପା ଏମପିଙ୍କ ସହ ଝଗଡ଼ା ହେବାର ଅଭିଯୋଗକୁ ନେଇ କଂଗ୍ରେସ ପୁଣି ଥରେ ପ୍ରତିକ୍ରିୟା ଦେଇଛି। କଂଗ୍ରେସ ଏମପି ପ୍ରିୟଙ୍କା...

ନନାଙ୍କୁ ଠେଲିଦେଲେ ରାହୁଲ! କଂଗ୍ରେସ ଏମପିଙ୍କ ନାଁରେ ହେବ ଏଫଆଇଆର

ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନ ର୍ନିମାତା ବି.ଆର୍‌ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ସଂସଦରେ...

ସଂସଦ କୌଣସି କୁସ୍ତିଯୁଦ୍ଧର ସ୍ଥାନ ନୁହେଁ, ଯଦି ଆମ ନେତାମାନେ ରାହୁଲଙ୍କୁ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍‌ପିଙ୍କୁ ଠେଲି ଦେଇଛନ୍ତି...

ସଂସଦରେ ଧକ୍କା ମାରିବା ଘଟଣା: ମୁକେଶ ରାଜପୁତ ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ,୧୯।୧୨: ଗୁରୁବାର ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ସଂସଦ ହାଉସ କମ୍ପ୍ଲେକ୍ସରେ ଉଭୟ କଂଗ୍ରେସ ଏବଂ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri