ନୂଆଦିଲ୍ଲୀ, ୧୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛିି। ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ଆମେଠି ଯାଇଛନ୍ତି ରାହୁଲ। ଟୁଇଟରରୁ ଏଭଳି ଖୁସି ଖବର ଶୁଣିବା ପରେ ନିଜ ଫଲୋଅର୍ସଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏହି ଖୁସି ସେ ଆମେଠି ଲୋକଙ୍କ ସହ ମନାଇବେ ବୋଲି କହିଛନ୍ତି। ୨୦୧୫ରେ ରାହୁଲ ପ୍ରଥମେ ଟୁଇଟରରେ ଆକାଉଣ୍ଟ ଖୋଲିଥିଲେ।