ରାହୁଲଙ୍କ ନାମାଙ୍କନ ବୈଧ

ଆମେଠି,୨୨।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ପ୍ରମାଣ ପତ୍ର ତଥା ଏମ୍‌ ଫିଲ୍‌ ଡିଗ୍ରୀ ନେଇ ଭାଜପାର କିଛି ସଦସ୍ୟଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଇଥିଲା। ସୋମବାର ରିଟର୍ଣ୍ଣିଂ ଅଫିସର ଦାଖଲ ହୋଇଥିବା ସମସ୍ତ କାଗଜପତ୍ର ଯାଞ୍ଚ୍‌ ପରେ ଏହା ବୈଧ ବୋଲି ଘୋଷଣା କରିଛନ୍ତି। ରାହୁଲଙ୍କ ଓକିଲ କେ.ସି କୌଶିକ୍‌ ସମସ୍ତ ପ୍ରମାଣ ପତ୍ର ଦାଖଲ କରାଯାଇଥିବା କହିଛନ୍ତି। ଏସବୁର ଯାଞ୍ଚ୍‌ ପରେ ରିଟର୍ଣ୍ଣିଂ ଅଫିସର ଦାଖଲ ପ୍ରମାଣ ପତ୍ରକୁ ବୈଧ ଦର୍ଶାଇଛନ୍ତି।