Advertisement
Categories: ଜାତୀୟ

ରାହୁଲଙ୍କ ପିଲାଳିଆମି ଦୂର କରିବ ଯୋଗ: ରାମ ମାଧବ

ନୂଆଦିଲ୍ଲୀ,୨୧।୬: ଶୁକ୍ରବାର ସାରା ବିଶ୍ୱ ପାଳନ କରିଛି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବଡ ବଡ ରାଜନେତାମାନେ ଯୋଗ କରିଛନ୍ତି। ହେଲେ ଏବେ ଏହି ଯୋଗକୁ ନେଇ ରାହୁଲଙ୍କ ସହ ତୁଳନା କରିଛନ୍ତି ଭାଜପା ମହାସଚିବ ତଥା ଏମ୍‌ପି ରାମ ମାଧବ। ଗୁରୁବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋବାଇଲରେ ବ୍ୟସ୍ତ ଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ଭିଡଓକୁ ନେଇ ରାମ ମାଧବ କହିଛନ୍ତି ଏହା ହେଉଛି ରାହୁଲଙ୍କ ପିଲାଳିଆମି। ତେଣୁ ସଂସଦରେ ଏବେ ବି କେତେଜଣ ଛୋଟ ପିଲା ଅଛନ୍ତି। ଯୋଗ କଲେ ଏମାନଙ୍କ ପିଲାଳିଆମି ଦୂର ହେବ ବୋଲି ରାମ ମାଧବ କହିଛନ୍ତି। ଯୋଗ ଦିବସ ଅବସରରେ ସ୍କୁଲ ପିଲାଙ୍କ ମଧ୍ୟରେ ଯୋଗ କରୁଥିବା ସମୟରେ ରାମ ମାଧବ କହିଛନ୍ତି କ୍ଲାସରେ ଶିକ୍ଷକ ପଢାଇବା ସମୟରେ ତାଙ୍କ କଥାକୁ ଏକାଗ୍ରତାର ସହ ଶୁଣିବା କଷ୍ଟକର ହୋଇଥାଏ। ବେଳେ ବେଳେ ଆମକୁ ନିଦ ମଧ୍ୟ ଆସିଯାଇଥାଏ। ହେଲେ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ। କାହିଁନି ନା ଏବେ ବି ସଂସଦରେ କେତେଜଣ ଛୋଟ ପିଲା ଅଛନ୍ତି। ଯେଉଁମାନେ ସବୁବେଳେ ଅନ୍ୟ ମନସ୍କ ରହୁଛନ୍ତି। ଅବଶ୍ୟ ସେ ରାହୁଲଙ୍କୁ ଲକ୍ଷ୍ୟ କରି ଏହା କହିଛନ୍ତି। ସେ କହିଛନ୍ତି ଯୋଗ ଏମାନଙ୍କୁ ବେଶ୍‌ ସାହାଯ୍ୟ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share