Categories: ଜାତୀୟ

ରାହୁଲଙ୍କ ବିକଳ୍ପ: କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଦୌଡ଼ରେ ୪ ସଦସ୍ୟ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ନେଇ ଅଡ଼ି ବସିଛନ୍ତି। ତେବେ ରାହୁଲଙ୍କ ବିକଳ୍ପ ଭାବେ କାହାକୁ ଚୟନ କରାଯିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତୃତ୍ୱ। ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ କଂଗ୍ରେସର ୪ ସଦସ୍ୟଙ୍କ ନାମ ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ସଚିନ୍‌ ପାଇଲଟ୍‌, ଅଶୋକ ଗେହଲଟ୍‌, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦିଙ୍କ ନାମ ଆଗରେ ରହିଛି।

Share