Advertisement
Categories: ଜାତୀୟ

ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ,୨୭ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଶୁକ୍ରବାର ବିହାରର ସମସ୍ତିପୁର, ଓଡିଶାର ବାଲେଶ୍ୱର ଏବଂ ମହାରାଷ୍ଟ୍ରର ସାଙ୍ଗମନେରରେ ନିର୍ବାଚନୀ ସଭା ଥିଲା। ତେବେ ଚାର୍ଟାର୍ଡ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ପଡିଥିଲା। ବିମାନରେ ତ୍ରୁଟି ପାଇଁ ସଭାସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବାକୁ ଥିବାରୁ ରାହୁଲ ଟୁଇଟ୍‌ କରି କ୍ଷମା ମାଗିଥିଲେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share