Categories: ଜାତୀୟ

ରାହୁଲଙ୍କ ବିରୋଧରେ ମାନହାନି ମାମଲା

ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ ସଭାରେ ରାହୁଲଙ୍କ ‘ସବୁ ମୋଦି ଚୋର’ ବୟାନକୁ ନେଇ ଆଇପିସି ଧାରା ୫୦୦ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏପ୍ରିଲ ୨୨ରେ ଏହାର ଶୁଣାଣି କରାଯିବ। ଗୁରୁବାର ସୁଶୀଲ ମୋଦି କହିଛନ୍ତି, ରାହୁଲଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନ। ଏହାସହ ମୋଦି ସରନେମ୍‌ ଥିବା ବ୍ୟକ୍ତିଙ୍କ ଭାବନାକୁ ଆଘାତ ଦେଇଛି। ସୂଚନାଯୋଗ୍ୟ, ଉକ୍ତ ସଭାରେ ରାହୁଲ ଗାନ୍ଧୀ ରାଫାଲ ଚୁକ୍ତିରେ ଭ୍ରଷ୍ଟାଚାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦି ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ରୁ ଋଣ ନେଇ ବିଦେଶ ପଳାଇଥିବା ପଳାତକ ଅପରାଧୀ ନୀରବ ମୋଦିଙ୍କୁ ଇସାରାରେ ସବୁ ମୋଦି ଚୋର ବୋଲି କହିଥିଲେ।

Share