Categories: ଜାତୀୟ

ରାହୁଲଙ୍କ ଭାଷଣର ପ୍ରତିଲିପି ମାଗିଲେ ଇସି

ନୂଆଦିଲ୍ଲୀ,୧୭ା୧୨(ପି.ଟି.)-ଏକ ନିର୍ବାଚନୀ ସଭାରେ ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ପ୍ରତିଲିପି ନିର୍ବାଚନ କମିଶନ (ଇସି) ଝାଡ଼ଖଣ୍ଡ ନିର୍ବାଚନ ଅଧିକାରୀଙ୍କୁ ମାଗିଛନ୍ତି। ଦେଶରେ ବଳାତ୍କାର ବଢ଼ିଚାଲିଥିବାରୁ କେନ୍ଦ୍ର ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ବ୍ୟଙ୍ଗ କରି ରାହୁଲ ‘ରେପ୍‌ ଇନ୍‌ ଇଣ୍ଡିଆ’ କହିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ଇସିଙ୍କ ଦ୍ୱାରସ୍ଥ ହୋଇଥିଲା।

Share