Categories: ଜାତୀୟ

ରାହୁଲଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜବାବ ମାଗିଲେ ଇସି

ନୂଆଦିଲ୍ଲୀ,୧୬।୧୨: ଝାଡ଼ଖଣ୍ଡର ଗୋଡାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରୁଥିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇଣ୍ଡିଆ’ଏବେ ‘ରେପ୍‌ ଇନ୍‌ ଇଣ୍ଡିଆ’ରେ ପରିଣତ ହୋଇଛି ବୋଲି କହିଥିଲେ। ରାହୁଲଙ୍କ ଏହି ବୟାନ ଏବେ ବିବାଦୀୟ ହୋଇପଡିଛି। ଏହାକୁ ନେଇ ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଯୋର ଧରିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରାହୁଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ଇଲେକ୍ସନ କମିଶନ(ଇସି) ଏବେ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ଜବାବ ମାଗିଛନ୍ତି।

Share