ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଝାଡ଼ଖଣ୍ଡର ଏକ ରାଲିରେ ଉଦ୍ବୋଧନ ଦେବା ସମୟରେ ରାହୁଲ ଏହା କହିଥିବା ବେଳେ ଏହାକୁ ନେଇ ସେ କ୍ଷମା ମାଗନ୍ତୁ ବୋଲି ସଂସଦରେ ଦାବି ହୋଇଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ସମେତ ଅନ୍ୟ ମହିଳା ଏମ୍ପିମାନେ ମଧ୍ୟ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ନିକଟରେ ରାହୁଲ ‘ମେକ୍ ଇନ୍ ଇଣ୍ଡିଆ’ର ତୁଳନା ‘ରେପ ଇନ୍ ଇଣ୍ଡିଆ’ ସହ କରିଥିବା ବେଳେ ଭାରତ ବଳାତ୍କାରୀଙ୍କ ରାଜଧାନୀ ପାଲଟି ଯାଇଥିବା କହିଥିଲେ। ସ୍ମୃତି ଇରାନି କହିଛନ୍ତି ‘ରେପ ଇନ୍ ଇଣ୍ଡିଆ’ କହି ରାହୁଲ ଯେଉଁ ଦୁଃସାହସର ପରିଚୟ ଦେଇଛନ୍ତି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କେବଳ ଲୋକ ସଭା ନୁହେଁ ରାହୁଲଙ୍କ ଏହି ବୟାନକୁ ନେଇ ରାଜ୍ୟ ସଭାରେ ମଧ୍ୟ ହଟ୍ଟଗୋଳ ହୋଇଛି। ଏହାକୁ ନେଇ ରାଜ୍ୟ ସଭା ଚେୟାରମ୍ୟାନ ଭେଙ୍କିୟା ନାଇଡୁ କହିଥିଲେ ଯେଉଁ ସଦସ୍ୟ ଗୃହରେ ଉପସ୍ଥିତ ନାହାନ୍ତି ତାଙ୍କ ନାଁ ନେବା ଠିକ୍ ନୁହେଁ।