Categories: ଜାତୀୟ

ରାହୁଲଙ୍କ ‘ରେପ କ୍ୟାପିଟାଲ’ ବୟାନକୁ ନେଇ ଦୁଃଖ ପ୍ରକାଶ କଲେ ରାଜନାଥ

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ କ୍ୟାପିଟାଲ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଲୋକ ସଭାରେ ମହିଳା ଏମ୍‌ପିମାନେ ଏହା ମହିଳାଙ୍କ ପ୍ରତି ଅପମାନ ବୋଲି କହିବା ସହ ସଂସଦରେ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରାହୁଲଙ୍କର ଏହି ବୟାନ ଦୁର୍ଭାଗ୍ୟପୂର୍ଣ୍ଣ। ଭାଜପା ଏମ୍‌ପି ତାଙ୍କୁ ସଂସଦରେ କ୍ଷମା ମାଗିବାକୁ କହିଛନ୍ତି ହେଲେ ସେ ପୂରା ଦେଶକୁ କ୍ଷମା ମାଗନ୍ତୁ ବୋଲି ରାଜନାଥ କହିଛନ୍ତି। ରାହୁଲଙ୍କର ଗୃହକୁ ଆସିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ରାଜନାଥ ଉଲ୍ଲେଖ କରିଛନ୍ତି। ତେବେ ରାହୁଲଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଲୋକ ସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ଝାଡଖଣ୍ଡରେ ଏକ ନିର୍ବାଚନ ରାଲିକୁ ଉଦ୍‌ବୋଧନ ଦେବା ଅବସରରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ମେକ୍‌ ଇନ୍‌ ଇଣ୍ଡିଆ ଏବେ ରେପ୍‌ ଇଣ୍ଡିଆ ହୋଇଯାଇଛି ଓ ଭାରତ ଏବେ ରେପ କ୍ୟାପିଟାଲରେ ପରିଣତ ହୋଇଛି।

Share