Categories: ଖେଳ

ରାହୁଲଙ୍କ ଶତକ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ସେ ୧୦୩ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୧ ରନ୍‌ କରି ଅପରାଜିତ ଅଛନ୍ତି। ଭାରତୀୟ ଦଳ ୬୨ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ଥିବାବେଳେ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କ ଶତକ ଯୋଗୁ ୪୫.୧ ଓଭର ସୁଦ୍ଧା ଭାରତୀୟ ଦଳ ୪ ଉଇକେଟ ହରାଇ ୨୫୬ ରନ୍‌ କରିଛି। ରାହୁଲଙ୍କ ସହ ମନୀଷ ପାଣ୍ଡେ ୩୮ ରନ୍‌ କରି ଖେଳୁଛନ୍ତି।

Share