Categories: ଜାତୀୟ

ରାହୁଲ‘ରାଞ୍ଛୋଡଦାସ ଗାନ୍ଧୀ’: ଶିବରାଜ

ପଣଜୀ,୧୯।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଅନୁଚ୍ଛେଦ ୩୭୦କୁ ନେଇ ସେ ରାହୁଲଙ୍କୁ କହିଛନ୍ତି ରାହୁଲ ଏବେ ‘ରାଞ୍ଛୋଡଦାସ ଗାନ୍ଧୀ’(ରଣଛୋଡଦାସ ଗାନ୍ଧୀ) ପାଲଟି ଯାଇଛନ୍ତି ତେଣୁ ତାଙ୍କ ନିକଟରୁ ଅନୁଚ୍ଛେଦ ୩୭୦କୁ ନେଇ କିଛି ଆଶା କରାଯାଇ ନ ପାରେ। ଶିବରାଜ କହିଛନ୍ତି, ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଲେ। ଏହାକୁ ନେଇ ପ୍ରାୟ ସବୁ ରାଜନୈତିକ ଦଳ ମତ ରଖିଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଉପା ଅଧ୍ୟକ୍ଷା ସୋନୀଆ ଗାନ୍ଧୀ ମୁହଁ ଖୋଲିଲେ ନାହିଁ। ତେଣୁ ଅନୁଚ୍ଛେଦ ୩୭୦କୁ ନେଇ ସୋନିଆ କିଛି କୁହନ୍ତୁ ବୋଲି ଶିବରାଜ କହିବା ସହ ରାହୁଲଙ୍କଠାରୁ ସେ କିଛି ଆଶା ରଖି ନାହାଁନ୍ତି ବୋଲି କହିଛନ୍ତି। କାରଣ ରାହୁଲ ଏବେ ‘ରାଞ୍ଛୋଡଦାସ ଗାନ୍ଧୀ’ ପାଲଟି ଯାଇଛନ୍ତି। କଂଗ୍ରେସ ଯେତେବେଳେ ପତ୍ତନ ଆଡକୁ ଗତିକରୁଛି ସେତେବେଳେ ରାହୁଲ ଅଧ୍ୟକ୍ଷ ପଦ ଛାଡି ଦେଇଛନ୍ତି ଯାହା ଆଦୌ କରିବା ଉଚିତ ନୁହେଁ। ତେଣୁ ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରାଯାଏ ବୋଲି ଶିବରାଜ କହିଛନ୍ତି।

Share