ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ଗୁରୁଦାୟିତ୍ୱ ତୁଲାଇଛନ୍ତି। ସୋନିଆଙ୍କୁ ଏବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି। ଏହାକୁ ଦେଖି ଏବେ ବିରୋଧି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ନିକଟରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କଂଗ୍ରେସ ଉପରେ ପରିବାରବାଦର ଅଭିଯୋଗ ଆଣିଥିବା ବେଳେ ପୁଣିଥରେ ସୋନିଆଙ୍କୁ ଟାର୍ଗେଟ କରିଛନ୍ତି। ଇନ୍ଦୋର ଗସ୍ତ ସମୟରେ ବିଜୟ ଭର୍ଗିୟ କହିଛନ୍ତି, କଂଗ୍ରେସରୁ ରାହୁଲ ଆଉଟ୍ ହେବା ପରେ ଏବେ ସୋନିଆ ବ୍ୟାଟିଂ କରିବାକୁ ଚାଲି ଆସିଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ୟାଡ ପିନ୍ଧି ସଜେଇ ହୋଇ ବସିଛନ୍ତି ଯଦି ସୋନିଆ ଆଉଟ୍ ହେବେ ତେବେ ସେ ବି ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବେ। ଲାଗୁଛି କଂଗ୍ରେସ ଯେମିତି ଗାନ୍ଧୀ ପରିବାର ବାହାରକୁ ଯାଇ ପାରୁନି। ହେଲେ ଏହାକୁ ନେଇ ସେ ଲୋକଙ୍କ ପାଖରେ ନାଟକ କରୁଛି ଯେ କଂଗ୍ରେକୁ ଅଧ୍ୟକ୍ଷ ମିଳୁ ନାହାଁନ୍ତି।