Categories: ଜାତୀୟ

ରାହୁଲ କଲେଜ ଛାତ୍ରଙ୍କ ସହିତ ଖେଳିଲେ କ୍ରିକେଟ୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ରଓ୍ବୋରି,୧୯।୧୦: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହରିୟାଣାରେ ବିଧାନସଭା ନିର୍ବାଚନ ପଚାର କରିବାକୁ ଯାଇଥିବା ସମୟରେ ନେଟ୍‌ରେ କିଛି ଛାତ୍ରଙ୍କ ସହିତ କ୍ରିକେଟ ଖେଳୁଥିବାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହେନ୍ଦ୍ରଗଡ଼ରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦିଲ୍ଲୀ ଫେରୁଥିବାବେଳେ ଖରାପ ପାଗ ଯୋଗୁ ରାହୁଲଙ୍କ ବିମାନ ରଓ୍ବୋରିସ୍ଥିତ କେଏଲ୍‌ପି କଲେଜ ପଡ଼ିଆରେ ଜରୁରୀ ଅବତରଣ କରିଥିଲା। ସେଠାରେ ଛାତ୍ରମାନେ କ୍ରିକେଟ୍‌ ଖେଳୁଥିଲେ। ରାହୁଲ ସେମାନଙ୍କ ସହିତ ମିଶି ଖେଳିଥିଲେ। ପରେ ରାହୁଲ ସଡ଼କ ପଥରେ ଦିଲ୍ଲୀ ଫେରିଥିବା କୁହାଯାଉଛି।

Share