Advertisement
Categories: ଜାତୀୟ

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

ଓ୍ବାୟାନାଡ୍‌,୨୨ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେ ବାରାଣସୀ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର କହିଛନ୍ତି। ରାହୁଲ ପ୍ରାର୍ଥୀ ହୋଇଥିବା କେରଳର ଓ୍ବାୟନାଡ୍‌ରେ ପ୍ରଚାର ପାଇଁ ୨ ଦିନିଆ ଗସ୍ତରେ ଭଉଣୀ ପ୍ରିୟଙ୍କା ଯାଇଥିଲେ। ଫେରିବା ବେଳେ ପ୍ରିୟଙ୍କା ଗଣମାଧ୍ୟମକୁ କହିଛନ୍ତି, ସେ ବାରାଣସୀରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଏଥିପାଇଁ ରାହୁଲଙ୍କ ଅନୁମତି ଆବଶ୍ୟକ। ପ୍ରକାଶ ଯେ ବାରାଣସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share