Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଅହଙ୍କାରର ଚାପୁଡା ମାରିଛନ୍ତି କୋର୍ଟ: ସମ୍ବିତ ପାତ୍ର

ନୂଆଦିଲ୍ଲୀ, ୨୦।୪: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ଦାଖଲ ଯାଚିକାକୁ ସୁରଟର ସେସନ କୋର୍ଟ ଖାରଜ କରିଦେଇଛନ୍ତି। ଏ ନେଇ ଭାଜପା ସୁରଟ ସେସନ କୋର୍ଟର ରାୟକୁ ପ୍ରଶଂସା କରି କହିଛନ୍ତି, ଏହା ନ୍ୟାୟପାଳିକା ଏବଂ ଲୋକଙ୍କ ପାଇଁ ବିଜୟ। ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି, କୋର୍ଟଙ୍କ ରାୟରେ ଗାନ୍ଧୀ ପରିବାରର ଅହଙ୍କାର ଚୂର୍ଣ୍ଣ ହୋଇଛି ବିଶେଷ କରି ରାହୁଲ ଗାନ୍ଧୀଙ୍କୁ ଚାପୁଡ଼ା ବାଜିଛି।

ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ରାୟରେ ପ୍ରମାଣିତ ହୋଇଛି ଯେ ଆଇନ୍‌ ସମସ୍ତଙ୍କ ପାଇଁ ସମାନ।
ସୂଚନାଯୋଗ୍ୟ, ସୁରଟର ସେସନ କୋର୍ଟର ଜଜ୍‌ ଆରପି ମୋଗ୍ରା ରାହୁଲ ଗାନ୍ଧୀଙ୍କ ଦାଖଲ ଯାଚିକାକୁ ଖାରଜ କରିଦେଇଛନ୍ତିି।

Share