Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ମିଳୁନି ସିମ୍‌ କାର୍ଡ ଅବା ବ୍ୟାଙ୍କ ଋଣ: ନାମ ସାଜିଛି ବାଧକ

ଇନ୍ଦୋର,୩୦।୭: ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଜଣେ ଯୁବକଙ୍କ ନାମ ରାହୁଲ ଗାନ୍ଧୀ ଥିବାରୁ କୌଣସି କମ୍ପାନୀର ମୋବାଇଲ୍‌ ସିମ୍‌ କାର୍ଡ ତାଙ୍କୁ ମିଳିପାରୁନି। ସେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କଲେ ମଧ୍ୟ ବ୍ୟାଙ୍କ ତାଙ୍କର ପରିଚୟ ପତ୍ର ନେଇ ସନ୍ଦେହ କରୁଛନ୍ତି। ଏହା ତାଙ୍କର ନକଲି ପରିଚୟ ପତ୍ର ବୋଲି କେତେକ କହୁଛନ୍ତି। ସ୍ଥାନୀୟ ବିମାନ ବନ୍ଦର ସ୍ଥିତ ଅଖଣ୍ଡନଗରରେ ୨୩ ବର୍ଷ ବୟସ୍କ ରାହୁଲ ବାସ କରନ୍ତି। ତାଙ୍କ ପିତା ରାଜେଶ ଗାନ୍ଧୀ କପଡ଼ା ବ୍ୟବସାୟ କରନ୍ତି। ରାହୁଲ ନିଜ ନାମକୁ ନେଇ ବ୍ୟତିବ୍ୟସ୍ତ ହେବା ପରେ ଏବେ ନିଜ ନାମ ଶେଷରେ ତାଙ୍କ ସମ୍ପ୍ରଦାୟ ନାମ ମାଲବ୍ୟକୁ ଯୋଡ଼ିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ତାଙ୍କ ନାମ ରାହୁଲ ଗାନ୍ଧୀ ମାଲବ୍ୟ ହୋଇଛି।

Share