Advertisement
Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ସମନ୍‌

ପାଟ୍‌ନା,୨୮ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଟ୍‌ନା ହାଇକୋର୍ଟ ସମନ୍‌ ଜାରି କରି ମେ ୨୦ରେ ହାଜର ହେବାକୁ କହିଛନ୍ତି। ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ ମୋଦି ଶୁକ୍ରବାର ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ରାହୁଲ ‘ସବୁ ମୋଦି ନାମଧାରୀ ଚୋର’ ବୋଲି କହି ସୁଶୀଲଙ୍କୁ ଆକ୍ଷେପ କରିବା ପରେ ମାମଲା କୋର୍ଟକୁ ଯାଇଥିଲା। ମୋଦି ସାଙ୍ଗିଆ ଥିବା ବ୍ୟକ୍ତିଙ୍କ ଲାଗି ଏହା ଉପହାସ ସଦୃଶ ବୋଲି ସୁଶୀଲ ଦର୍ଶାଇ ରାହୁଲଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଏପ୍ରିଲ ୧୮ରେ ସୁଶୀଲ ମାନହାନୀ ମକଦ୍ଦମା କରିଥିଲେ। ବିହାରର ସମସ୍ତିପୁର ଜିଲାରେ ଏକ ନିର୍ବାଚନ ରାଲିରେ ରାହୁଲ ’ଚୌକିଦାର ଚୋର୍‌ ହୈ’ ବୋଲି ଲୋକଙ୍କୁ ଏକ ସ୍ବରରେ ଉଚ୍ଚାରଣ କରିବାକୁ କହିବା ପରେ ବିବାଦ ଦେଖାଦେଇଛି। ସ୍ଥାନୀୟ ଏକ ଲୋକାଲ କୋର୍ଟରେ ରାହୁଲଙ୍କ ବିରୋଧରେ ଏନେଇ ଶନିବାର ଅଭିଯୋଗ ଦାୟର କରାଯାଇଛି। ରାହୁଲଙ୍କ ସହ ଷ୍ଟେଜ୍‌ରେ ଥିବା ଆର୍‌ଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବଙ୍କୁ ମଧ୍ୟ ଅଭିଯୁକ୍ତଭାବେ ଦର୍ଶାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share