ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଅଭିନେତ୍ରୀ ମୋଦିଙ୍କୁ ନେଇ ଏମିତି କହିଲେ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଟିଭି ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ କଥା କହିଛନ୍ତି। ସାଧାରଣ ନିର୍ବାଚନରେ ମୋଦିଙ୍କ ଜବରଦସ୍ତ ବିଜୟ ପରେ ମାହିକା କହିଛନ୍ତି, ଭାରତୀୟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। ଆଶା କରୁଛି ମୋଦି ଭାରତକୁ ବଳାତ୍କାର ଏବଂ ଆତଙ୍କବାଦ ମୁକ୍ତ ଦେଶ ଭାବେ ଗଢି ତୋଳନ୍ତୁ। ରାହୁଲଙ୍କ ପରାଜୟକୁ ନେଇ ସେ କହିଛନ୍ତି, ମୁଁ ବହୁତ ଦୁଃଖିତ, ଆଜି ବି ସେ ମୋ ହୃଦୟରେ ରାଜ୍‌ କରୁଛନ୍ତି। ଆଶା ଅଛି ଆଗାମୀ ୫ ବର୍ଷ ଭିତରେ ରାହୁଲଙ୍କ ବିବାହ ହୋଇଯିବ। ଉକ୍ତ ମହିଳା ହଁି ତାଙ୍କ ପାଇଁ ଲେଡି ଲକ୍‌ ସାବ୍ୟସ୍ତ ହେବ ବୋଲି ମାହିକା କହିଛନ୍ତି। ସୂଚନାଯୋଗ୍ୟ, ମାହିକା ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କିଛିଦିନ ତଳେ ରାହୁଲଙ୍କ ପାଇଁ ବ୍ରତ ରଖୁଥିବା କଥା ମାହିକା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

Share