Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ପୁଲଓ୍ବାମା ଆକ୍ରମଣରେ କିଏ ଲାଭବାନ ହୋଇଛି

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣର ବର୍ଷପୂର୍ତ୍ତୀ ଅବସରରେ ଶହୀଦ ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଟୁଇଟ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାହୁଲ ତିନୋଟି ପ୍ରଶ୍ନ ପଚାରିଛନ୍ତି। ଆକ୍ରମଣ ପରେ କିଏ ଅଧିକ ଲାଭବାନ ହୋଇଛି? ଏହି ଆକ୍ରମଣକୁ ନେଇ ହୋଇଥିବା ତଦନ୍ତରେ କ’ଣ ସାମ୍ନାକୁ ଆସିଛି? ସୁରକ୍ଷା ତ୍ରୁଟି ପାଇଁ ମୋଦି ସରକାରରେ କାହାକୁ ଦାୟୀ କରାଯିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଭାଜପା ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି, ପୁଲଓ୍ବାମା ଆକ୍ରମଣ ଏକ ନୃଶଂସ ଘଟଣା ଥିଲା। ସେଥିରୁ କାହାର ଲାଭ ହୋଇଛି କୁହାଯିବା ନୃଶଂସ ମନ୍ତବ୍ୟ ଅଟେ। ଗାନ୍ଧୀ ପରିବାର ଫାଇଦା ଛଡା ଅନ୍ୟ କିଛି ଚିନ୍ତା କରେ ନାହିଁ ବୋଲି ସେ କହିଛନ୍ତି।

Share