Categories: ଜାତୀୟ

ରାହୁଲ ଗାନ୍ଧୀ ଦେଶର ମନୋବଳକୁ ଦୁର୍ବଳ କରୁଛନ୍ତି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୭।୫: କରୋନା ଭାଇରସକୁ ନେଇ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଏବଂ ଚାଇନା-ନେପାଳ ସହ ହୋଇଥିବା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଏହାସହ ଚୀନ ଏବଂ ନେପାଳ ସହ କ’ଣ ସମସ୍ୟା ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ଏହାର ଜବାବରେ ଭାଜପା ନେତା ତଥା ଆଇନ ମନ୍ତ୍ରୀ ରବିଶଙ୍କ ପ୍ରସାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ଭାରତକୁ କେହି ଆଖି ଉଠାଇ ଚାହିଁ ପାରିବେ ନାହିଁ। ରାହୁଲ ଏଭଳି ମନ୍ତବ୍ୟ ଦେଇ ଦେଶର ମନୋବଳକୁ ଦୁର୍ବଳ କର ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଦେଶରେ କରୋନା ନିୟନ୍ତ୍ରଣରେ ରହିଛି। ଏହାକୁ ସମାଲୋଚନା କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

Share