Categories: ଜାତୀୟ

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ, ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା  ଅଜୟ ମାକେନ । ଦଳରେ ବରିଷ୍ଠ ନେତା ଯୁବନେତାଙ୍କୁ ଆଗକୁ ଆସିବା ପାଇଁ ସୁଯୋଗ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏକ ସାକ୍ଷାତ୍‌କାରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବେଶ୍‌ ଆକ୍ରମଣାତ୍ମକ ମଧ୍ୟ ରହୁଛନ୍ତି। ଏହା କଂଗ୍ରେସ ଦଳ ଲାଗି ଆଗାମୀ ଦିନରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମାକନ କହିଛନ୍ତି।

Share