Categories: ଜାତୀୟ

ରାହୁଲ ପୁଣିଥରେ ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଗେହଲଟ

ନୂଆଦିଲ୍ଲୀ,୨୩।୬: ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ କରାଯାଉ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାବି କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲୁସି) ବୈଠକରେ ଏହି ଦାବି କରାଯାଇଛି। ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିଭି ମଧ୍ୟ ଗେହଲଟଙ୍କୁ ସମର୍ଥନ କରିଛନ୍ତି। ଏହାସହ ସେ କହିଛନ୍ତି ଏଆଇସିସି ଏକ ଭର୍ଚୁଆଲ ସେସନ ଜରିଆରେ ରାହୁଲଙ୍କୁ ପୁଣିଥରେ ଦଳ ମୁଖ୍ୟ ବୋଲି ଘୋଷଣା କରୁ। ସୂଚନାଯୋଗ୍ୟ, ରାହୁଲ ୨୦୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଥିବା ବେଳେ ୨୦୧୯ ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା।

Share