ରାୟଗଡ଼ା ଅଫିସ,୨୩।୨: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ସଂରକ୍ଷଣ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗତ ୭ ତାରିଖ ଶୁକ୍ରବାର ସରକାରୀ ଚାକିରି ଓ ପଦୋନ୍ନତିରେ ସାମ୍ବିଧାନିକ ମୌଳିକ ଅଧିକାର ନୁହେଁ ବୋଲି ରାୟ ପ୍ରକାଶ ପାଇଛି। ଏହାକୁ ବିରୋଧ କରି ରବିବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ୧୧ଟି ବ୍ଲକରେ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ପ୍ଲାକାର୍ଡ ଏବଂ ବ୍ୟାନର ଧରି କର୍ମୀମାନେ ବିଭିନ୍ନ ବଜାର ଘାଟ ବନ୍ଦ ରଖିଛନ୍ତି। ଜିଲାର ସୁନି ମୁସ୍ଲିମ ଆସୋସିଏଶନର କର୍ମୀଙ୍କ ସହ ଶତାଧିକ ଲୋକେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।