ରାୟଗଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ମୁନିଗୁଡା,୧୪।୧୧: ରାୟଗଡ଼ା କଳାହାଣ୍ଡି ସୀମା ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ବୁଧବାର ବିଳମ୍ବିତ ରାତିରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କ ମିଳିତ ସର୍ଚ୍ଚ ଅପରେଶନ କରାଯାଇଛି। ଏହି ସର୍ଚ୍ଚ ଅପରେଶନରେ ଉକ୍ତ ଜଙ୍ଗଲରୁ ମାଓବାଦୀଙ୍କ ଏକ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଏହି କ୍ୟାମ୍ପରେ ଲ୍ୟାଣ୍ଡମାଇନ ମିଳିଥିବା ବେଳେ ଯବାନମାନେ ତାକୁ ନିଷ୍କ୍ରିୟ କରିଦେଇଥିଲେ। ଏଥିସହ କିଛି ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା, ପାଣି ବୋତଲ ଓ ୧୦ଟି ପଲିଥିନ ଏବଂ ମାଓବାଦୀ ସମ୍ପର୍କିତ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ସେଠାରେ ଉକ୍ତ ଅଞ୍ଚଳରେ ମାଓବାଦୀମାନେ ଥିବା ଖବରପାଇ ବୁଧୁବାର ରାତିରେ ଯବାନମାନେ ସର୍ଚ୍ଚ ଅପରେଶନ କରିଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ସେଠାରେ ଫେରାର ହୋଇଯାଇଥିଲେ। ତେବେ ଏହି କ୍ୟାମ୍ପରେ ୧୦ ରୁ ୧୨ ମାଓବାଦୀ ରହୁଥିବା ଅନୁମାନ କରାଯାଉଛି।

Share