ରାୟଗଡ଼ାରେ ରାଜସ୍ଥାନ କୁମ୍ଭାରଙ୍କ ବେଶ୍‌ ଚାହିଦା

ରାୟଗଡ଼ା ଅଫିସ ,୨୧।୧
ରାଜ୍ୟ ବାହାର କୁମ୍ଭାରଙ୍କ ରାୟଗଡ଼ାରେ ବେଶ୍‌ ଚାହିଦା ା ରାୟଗଡ଼ାରେ ପ୍ରତି ବର୍ଷ ପୂଜା ପାର୍ବଣ ସମୟରେ ସେମାନଙ୍କୁ ଦେଖିବାକୁ ମିଳିଥାଏ ା ସେମାନେ ପୂଜାର କିଛି ମାସ ପୂର୍ବରୁ ଆସି ଏଠାରେ ବ୍ୟବସାୟ କରି ବେଶ ଲାଭବାନ୍‌ ହୋଇଥାନ୍ତିି ା ଏଇ ଆଶା ନେଇ ରାଜସ୍ଥାନର ଏକ କୁମ୍ଭାର ପରିବାର ଏବଂ ତାଙ୍କ ସମ୍ପର୍କୀୟ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଆସି ବ୍ୟବସାୟ କରୁଛନ୍ତି ା ରାୟଗଡ଼ାରେ ଅନେକ କୁମ୍ଭାର ଥିଲେ ମଧ୍ୟ ସେମାନଙ୍କ କାରୁକାର୍ଯ୍ୟ ଅତି ନିଆରା ା ଏଠାରେ କୁମ୍ଭାରମାନେ ପ୍ଲାଷ୍ଟର ଅଫ ପ୍ୟାରିସ ବ୍ୟବହାର କରନ୍ତି, ମାଟି ବ୍ୟବହାର କରନ୍ତି ନାହିଁ ା ଏହା ପରିବେଶକୁ ପ୍ରଦୂଷଣ କରେ ନାହଁି ା ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ଘରସଜା ସାମଗ୍ରୀ କଳସ , ମୟୂର , କୁମ୍ପି , ଶୁଆ , ଲାଫିଙ୍ଗ୍‌ ବୃଦ୍ଧ ବିକ୍ରି କରିଥାନ୍ତି ା ସେମାନଙ୍କର ସବୁଠାରୁ ବେଶି ଆକର୍ଷିତ ହେଉଛି ପାଳରେ ନିର୍ମିତ ଘୋଡ଼ା ା ଏହା ବେଶୀ ଚାହିଦା ଥିବାରୁ ଅଧିକ ବିକ୍ରି ହୋଇଥାଏ ବୋଲି କହିଛନ୍ତି ଧନରାଜ ରାଠୋଡ଼ ା ରାୟଗଡ଼ାରେ ୧୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଆସି ଏହି ବ୍ୟବସାୟ କରୁଛନ୍ତି ା ଏହିସବୁ ସାମଗ୍ରୀ ରାୟଗଡ଼ାର ଅନ୍ୟ ମୂର୍ତ୍ତି ଦୋକାନରେ ମିଳୁ ନ ଥିବାରୁ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି ା ଏହି କାମ ପିଲାବେଳୁ କରି ଆସିଛୁ ା ରାଜସ୍ଥାନରେ ଅନେକ ବ୍ୟବସାୟୀ ଥିବାରୁ ସେଠାରେ ଲାଭବାନ ହୋଇପାରିଲୁ ନାହିଁ ା ତେଣୁ ଏଠାକୁ ଆସି ବ୍ୟବସାୟ କରୁଛୁ। ରାୟଗଡ଼ାର ଭାକୁରୁଗୁଡ଼ାରେ ଏକ ଖାଲି ଜାଗାରେ କୁଡ଼ିଆ କରି ରହି ଏହି ବ୍ୟବସାୟ କରୁଛୁ ବୋଲି ସେ କହିଛନ୍ତି ା ଏଠାରେ ୨୫ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ମିଳିଥାଏ ା ପ୍ଲାଷ୍ଟର ପ୍ୟାରିସକୁ ରାଜସ୍ଥାନରୁ ଆଣି ଏଠାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛୁ ା ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି ା ଦିନକୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟବସାୟ ହୋଇଥାଏ ା ଆଗକୁ ସରସ୍ବତୀ ପୂଜା ଆସୁଥିବାରୁ ଲୋକମାନେ ସରସ୍ବତୀ ଙ୍କ ମୂର୍ତ୍ତି ପାଇଁ ଅର୍ଡ଼ର ଦେଉଛନ୍ତି ବୋଲି ଗୋପାଲ ରାଠୋଡ଼ କହିଛନ୍ତିି ା

Share