ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୨୦ା୧୨: ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିଛି। ସ୍ଥାନୀୟ ଆର୍ଏମ୍ସି ବଜାର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରି ମଣ୍ଡିର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଜିଲାରେ ଖରିଫ୍ ଧାନ କ୍ରୟ ନିମନ୍ତେ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ ମଣ୍ଡି ଚାଲିବା ନେଇ ଆରଏମ୍ସି ସମ୍ପାଦକ ବିପିନ୍ ସ୍ବାଇଁ ସୂଚନା ଦେଇଛନ୍ତି। ମଣ୍ଡିରେ ଧାନ ବିକ୍ରିର ଲାଭ ବିଷୟରେ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।
ମଣ୍ଡିରେ ଚାଷୀ ସୁବିଧାରେ ଧାନ ବିକ୍ରି କରିବା ସହ ୭୨ ଘଣ୍ଟା ମଧ୍ୟରେ କିପରି ବ୍ୟାଙ୍କ ଆକାଉଣ୍ଟରେ ନିଜର ଟଙ୍କା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ା ସେହିଭଳି ମଣ୍ଡିରେ ଚାଷୀ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରିବା ସହ ଧାନ ସୁରକ୍ଷିତ ପାଇଁ ପଲିଥିନ୍ ବ୍ୟବସ୍ଥା କରିବା ପାଇଁ କହିଥିଲେ। ଚଳିତ ବର୍ଷ ୧୩ ଲାମ୍ପ୍ସ ଓ ଗୋଟିଏ ଏମ୍ପିସିଏସ୍ ଜରିଆରେ ଧାନ କିଣାଯିବ। ଜିଲାରେ ୨୦ ହଜାର ୪୮୨ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ୮୧ ହଜାର ୪ଶହ କୁଇଣ୍ଟାଲ ଟାର୍ଗେଟ ଯୋଗାଣ ବିଭାଗକୁ ଦିଆଯାଇଛି। ଧାନ ସଂଗ୍ରହକୁ ଲକ୍ଷ୍ୟ କରି ଦ୍ୱିତୀୟ ପର୍ଯ୍ୟାୟ ଧାନ କ୍ରୟ ନିମନ୍ତେ ଟାର୍ଗେଟ ଦିଆଯିବ ବୋଲି ସୂଚନା ମିଳିଛି। ଚଳିତ ଥର ୪୨ ସ୍ଥାନରେ ମଣ୍ଡି ବ୍ୟବସ୍ଥା କରାଯାଇଛି। ଉଦ୍ଘାଟନି କାର୍ଯ୍ୟକ୍ରମରେ ଉପଜିଲାପାଳ ଭୀମଶେନ ଶବର, ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଆର୍ଏମ୍ସି ସମ୍ପାଦକ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମର ଆର୍ଏମ୍ସି ବଜାର ପ୍ରାଙ୍ଗଣରେ ମଣ୍ଡି ଆରମ୍ଭ ହୋଇଛି। ସହକାରୀ ସମବାୟ ନିବନ୍ଧକ ଦୀପକ କୁମାର ବାରା ମୁଖ୍ୟ ଅତିଥି ଏବଂ ଲାମ୍ପ୍ସ ସଭାପତି ଶଙ୍କର ହୁଇକା ସମ୍ମାନିତ ଅତିଥି ରୂପେ ଯୋଗଦେଇ ମଣ୍ଡି ଉଦ୍ଘାଟନ କରିଥିଲେ। ତେବେ ସୋମବାର ପ୍ରଥମ ଦିନରେ ଜଣେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ଟୋକନ୍ ପାଇଥିଲେ ମଧ୍ୟ ଆର୍ଏମସିକୁ ଟାର୍ଗେଟ ମିଳି ନଥିବା ଯୋଗୁ ଚାଷୀ ଧାନ ବିକ୍ରି କରିପାରି ନ ଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ରାୟଗଡା View All
ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଯାଜପୁର ରୋଡ଼ ନୂତନ ଏସ୍ଡିପି ଶରତ ଚନ୍ଦ୍ର ପାତ୍ର
ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...
ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍ରେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...
ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା
ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...
ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…
ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...
ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...
ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: ସ୍ବାମୀଙ୍କୁ ମିଳିଲା ଏଭଳି ଦଣ୍ଡ
ରାୟଗଡା,୨୪।୧୨(ଆଶିଷ ରଞ୍ଜନ ପଣ୍ଡା)- ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ୍...
କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା
ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...
Archives


