ରାୟଗଡ଼ା ନିର୍ବାଚନ ମାମଲା: ୬ ସପ୍ତାହ ସମୟ ନେଲେ ବିଧାୟକ

କଟକ ଅଫିସ, ୨୬ା୧୧: ରାୟଗଡ଼ା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ବିଧାୟକ ମକରନ୍ଦ ମୁଦୁଲି ନିଜ ଓକିଲଙ୍କ ଜରିଆରେ ସୋମବାର ହାଜର ହୋଇଛନ୍ତି। ତେବେ ଜବାବ ରଖିବା ପାଇଁ ବିଧାୟକଙ୍କ ଓକିଲ ଗୋପାଳ ଅଗ୍ରୱାଲ ୬ ସପ୍ତାହ ସମୟ ମାଗିଥିଲେ। ବିଚାରପତି ବି.ଆର୍‌. ଷଡ଼ଙ୍ଗୀ ବିଧାୟକଙ୍କୁ ଉକ୍ତ ମହଲତ ଦେଇଥିବା ଓକିଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ୨୫ରେ ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ଖଣ୍ଡପୀଠ ବିଧାୟକଙ୍କୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିଲେ।

Share