ରାୟଗଡ଼ ପୋଲିସ ଦ୍ୱାରା ପୂର୍ବତନ ବିଧାୟକ ଅଟକ, ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଚାଲିଛି ପଚରାଉଚରା

ଝାରସୁଗୁଡ଼ା ଅଫିସ,୧୩।୨: ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ଛତିଶଗଡ଼ ରାୟଗଡ଼ ପୋଲିସ ବୁଧବାର ରାତିରେ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇନେଇଛି। ବର୍ତ୍ତମାନ ତାଙ୍କୁ ରାୟଗଡ଼ ଜିଲା ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରାଯାଉଛି।

ଅନୁପ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ସେ ଏବେ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅଛନ୍ତି।

Share