Categories: ଜାତୀୟ

ରାୟ ନୁହେଁ, ସମାଧାନ ଚାହୁଁ: ସୁନ୍ନି ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୧୮-୧୦:ଅଯୋଧ୍ୟା ଜମି ବିବାଦ ମାମଲାର ସମସ୍ତ ପକ୍ଷ ସମାଧାନ ପାଇଁ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଜିତିବା ସ୍ଥିତିକୁ ସୁନିଶ୍ଚିତ କରିବ। ଏଥିଲାଗି ସୁପ୍ରିମକୋର୍ଟଙ୍କ ରାୟ ଆବଶ୍ୟକ ହେବ ନାହିଁ ବୋଲି ଉତ୍ତରପ୍ରଦେଶ ସୁନ୍ନି ଓ୍ବାକଫ୍‌ ବୋର୍ଡର ଜଣେ ପ୍ରତିନିଧି କହିଛନ୍ତି। ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଜୁଫର ଅହମଦ ଫାରୁକିଙ୍କ ପକ୍ଷରୁ ଆଇନଜୀବୀ ଶାହିଦ ରିଜ୍‌ଭି କହିଛନ୍ତି, ବୁଝାମଣାର ରୂପରେଖ ଏଭଳି ହୋଇଛି ଯେ କୌଣସି ପକ୍ଷ ହତାଶ ହେବେ ନାହିଁ। ତେଣୁ ମତଭେଦ ଦୂର କରି ଏହି ପୁରୁଣା ବିବାଦର ସମାଧାନ ପାଇଁ ଆମ ସହ ଯୋଗଦେବା ଲାଗି ସମସ୍ତ ପକ୍ଷ (ନିର୍ମୋହୀ ଆଖଡ଼ା ଓ ରାମଲାଲା ବିରାଜମାନ)ଙ୍କୁ ଅନୁରୋଧ କରୁଛୁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ କମିଟି ବୁଧବାର ଅଦାଲତରେ ଦାଖଲ କରିଥିବା ରିପୋର୍ଟରେ ଓ୍ବାକଫ୍‌ ବୋର୍ଡର ପ୍ରସ୍ତାବ ମଧ୍ୟ ରହିଥିବା କୁହାଯାଉଛି।

Share