ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ

ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ଙ୍କୁ ନିୟୋଜିତ କରାଯାଇଛି।
ରଞ୍ଜନ ଗୋଗେଇ ଆସନ୍ତା ୧୭ରେ ଅବସର ନେବାକୁ ଥିବାବେଳେ ଏହାର ଦିନେ କିମ୍ବା ଦୁଇଦିନ ପୂର୍ବରୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ଜମି ବିବାଦ ମାମଲାର ରାୟ ଆସିପାରେ। ଏଭଳି ସମୟରେ ଆତଙ୍କବାଦୀମାନେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଦଙ୍ଗା ଭିଆଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁରକ୍ଷା ସଂସ୍ଥାଗୁଡିକୁ ଆକ୍ରମଣ ନେଇ ସୂଚନା ମିଳିବା ପରେ ୧୨ ତାରିଖ ସୁଦ୍ଧା ସମସ୍ତ ଧର୍ମଶାଳାକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଯୋଧ୍ୟା ବାହାର ଓ ଅଚିହ୍ନା ଲୋକଙ୍କୁ ମଙ୍ଗଳବାର ରାତି ସୁଦ୍ଧା ସହର ଛାଡି ଚାଲିଯିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ରାୟକୁ ନେଇ ଅଦ୍ୟାବଧି କୌଣସି ଉତ୍ତେଜନା ଦେଖାଦେଇ ନ ଥିବାବେଳେ ସମସ୍ତଙ୍କ ମନରେ ଆଶଙ୍କା ରହିଛି। ରାୟ ପ୍ରକାଶ ପାଇବା ଦିନ ଯେତିକି ପାଖେଇ ଆସୁଛି ଅଯୋଧ୍ୟା ସହରରେ ପୋଲିସ ଓ ସୁରକ୍ଷା ଯବାନଙ୍କ ସଂଖ୍ୟା ସେତେ ବଢ଼ିଚାଲିଛି। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପୂର୍ବରୁ ସଜାଗ ରହିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶ ବିଶେଷକରି ଅଯୋଧ୍ୟା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୪ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ପଠାଇଛି। ପ୍ରତ୍ୟେକ ରାଜ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରିବାକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ପଠାଯାଇଛି।
ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଯାହା ରାୟ ଦେବେ ତାକୁ ସମସ୍ତେ ମାନିନେବେ ବୋଲି ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଷ୍ପତ୍ତି ନେଇସାରିଥିଲାବେଳେ ଏଭଳି ସୁରକ୍ଷା ବ୍ୟବସ୍ଥା କ’ଣ ପାଇଁ ବୋଲି ଜଣେ ସ୍ଥାନୀୟ ଛାତ୍ର ପ୍ରଶ୍ନ କରିଛନ୍ତି। ନଭେମ୍ବର ୨୦ ପୂର୍ବରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟରେ ଏକାଧିକ ବିବାହ ଥିଲାବେଳେ ସେଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅନେକ ଲୋକ ଅଯୋଧ୍ୟା ଭ୍ରମଣ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଆଗକୁ କଟକଣା ଜାରି ହେବା ଆଶଙ୍କା କରି ଅଯୋଧ୍ୟା ବାସିନ୍ଦା ଅତ୍ୟାବଶ୍ୟକ ସାମଗ୍ରୀ କିଣିନେଇ ଘରେ ମହଜୁଦ କରି ରଖୁଥିବା ଦେଖିବାକୁ ମିଳିଛି। ବିଶାଳ ରାମମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ୧୯୯୦ରୁ ଜାରି ରଖିଥିବା ପଥର ଖୋଦେଇ କାମକୁ ପ୍ରଥମ ଥର ପାଇଁ ବନ୍ଦ କରିଛି। ପୁଣି ପଥର ଖୋଦେଇ କାମ କେବେ ଆରମ୍ଭ ହେବ ସେ ସମ୍ପର୍କରେ ରାମ ଜନ୍ମଭୂମି ନ୍ୟାସ ନିଷ୍ପତ୍ତି ନେବ ବୋଲି ଭିଏଚ୍‌ପି ପକ୍ଷରୁ କୁହାଯାଇଛି।
୧୯୯୨ରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାରେ କର୍ଫ୍ୟୁ ଜାରି ହୋଇଥିଲା। ଏହା ପରେ ମଧ୍ୟ ଏକାଧିକ ଥର କଟକଣା ଲାଗୁ ହୋଇଛି। ତେଣୁ ସତର୍କତା ସ୍ବରୂପ ଲୋକେ ତେଜରାତି ସାମଗ୍ରୀ ସମେତ ଔଷଧ ମହଜୁଦ୍‌ ରଖୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମୋହିନୀ ଶ୍ରୀବାସ୍ତବ କହିଛନ୍ତି। ଯଦିଓ ସମସ୍ତେ ଅଯୋଧ୍ୟା ରାୟକୁ ଗ୍ରହଣ କରିନେବା ଲାଗି ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି, ତଥାପି କେତେଜଣ ଅଶାନ୍ତି ସୃଷ୍ଟିକାରୀ ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ଆଶଙ୍କା କରାଯାଉଥିବା ଶ୍ରୀବାସ୍ତବ କହିଛନ୍ତି। ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାରେ ଦଙ୍ଗା ସୃଷ୍ଟି ହୋଇଥିଲା। ବହୁ ଘର ଓ ଦୋକାନ ପୋଡିଦିଆଯାଇଥିଲା। ଏଥର ସବୁକିଛି ସ୍ବାଭାବିକ୍‌ ରହିଥିଲେ ବି ଲୋକଙ୍କ ମନରେ ଭୟ ରହିଥିବା ମହମ୍ମଦ ଅହସାନ୍‌ କହିଛନ୍ତି। ଅଯୋଧ୍ୟା ରାୟ ଦିନ ଇଣ୍ଟରନେଟ ସେବା ବନ୍ଦ ରହିଲେ ଗୁଜବକୁ ରୋକାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ଅଯୋଧ୍ୟା ରାୟ ପାଇଁ ଜିଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତିରେ ରହିଛି। ଯବାନମାନଙ୍କ ରହଣି ପାଇଁ ସରକାରୀ ଓ ଘରୋଇ ସମସ୍ତ ସ୍କୁଲକୁ ନିଆଯାଇଥିଲାବେଳେ ହୋଟେଲ, ଲଜ୍‌ ଓ ଗେଷ୍ଟହାଉସ୍‌ଗୁଡ଼ିକୁ ବୁକ୍‌ କରାଯାଇଛି। ଜିଲା ମାଜିଷ୍ଟ୍ରେଟ୍‌ ଅନୁଜ୍‌ ଝା ହିନ୍ଦୁ ଓ ମୁସଲମାନ ନେତାମାନଙ୍କ ସହ ଯୋଗାଯୋଗରେ ରହିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ମୁସଲମାନ ବହୁଳ ଥେରି ବଜାର ଓ କଜ୍ରିଆନାରେ ସର୍ବାଧିକ ସୁରକ୍ଷା ବଳ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପଞ୍ଚାୟତ ରାଜ ଦିବସରେ ହିତାଧିକାରୀଙ୍କୁ ମିଳିଲା ନୂତନ ରାଶନ କାର୍ଡ

କର୍ଲାମୁଣ୍ଡା,୨୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ଦେବେନ୍ଦ୍ର...

“ସେନାର ଆବଶ୍ୟକତା ନାହିଁ, ଆତଙ୍କବାଦୀଙ୍କୁ ଆମ ହାତରେ ଦେଇଦିଅ”: ମୃତ ଘୋଡ଼ା ଚାଳକଙ୍କ ମାଉସୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେବଳ ଜଣେ ସ୍ଥାନୀୟ ବ୍ୟକ୍ତି, ସୟେଦ ଆଦିଲ ହୁସେନଙ୍କର ମୃତ୍ୟୁ ଘଟିଛି। ଆଦିଲ ପର୍ଯ୍ୟଟକମାନଙ୍କୁ...

Pahalgam Terror Attack: କେମିତି ଥିଲା ଆତଙ୍କବାଦୀଙ୍କ ଚେହେରା, କୁନି ପୁଅ ବଖାଣିଲା…

ଶ୍ରୀନଗର,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ଅଳ୍ପକେ ରକ୍ଷା ପାଇଥିବା ଲୋକଙ୍କ ଦୁଃଖର କାହାଣୀ ବିଶ୍ୱକୁ ଶୁଣାଉଛନ୍ତି। ଏହି Terror...

ଡାଇବେଟିସ୍‌ ରୋଗୀ ଖାଇପାରିବେ କି ତରଭୁଜ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଗ୍ରୀଷ୍ମ ଋତୁରେ ପ୍ରାୟ ସବୁଠାରେ ତରଭୁଜ ବିକ୍ରି ହେଉଥିବା ଦେଖିବାକୁ ମିଳେ। ଏହା କେବଳ ସ୍ବାଦରେ ମିଠା ନୁହେଁ ବରଂ ଶରୀରକୁ ଥଣ୍ଡା ମଧ୍ୟ କରିଥାଏ।...

ଦୀର୍ଘ ୩ ଦିନ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନ ବିଭାଗ

ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର...

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ସଭା କାର୍ଯ୍ୟରେ ଫାଙ୍କା ପଡ଼ିଲା ଚୌକି

ତୁମୁଡିବନ୍ଧ,୨୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ହେଲେ ଅଳ୍ପ ସଂଖ୍ୟକ...

Pahalgam Terror Attack: କିଛି ତ ବଡ଼ ଘଟଣା ଘଟିବ…? ବର୍ଡରରେ ଆଲର୍ଟ, ଦିଲ୍ଲୀରେ ହାର୍ଡ ଲେଭଲ ମିଟିଂ, ଶ୍ରୀନଗର ଯିବେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୪।୪: Pahalgam Terror Attack ପରେ, ଭାରତ ସରକାର ଆକ୍ସନ ମୋଡରେ ଅଛନ୍ତି। ଭାରତ-ପାକିସ୍ତାନ ସୀମା ମଧ୍ୟ ସତର୍କ ରହିଛି। ଏବେ ଭାରତୀୟ ସେନା ମୁଖ୍ୟ...

ପାକିସ୍ତାନ ବିଚଳିତ: ଆରବ ସାଗରରେ ଆରମ୍ଭ କଲା ଫାୟାରିଂ ଡ୍ରିଲ

ଇସଲାମାବାଦ୍‌,୨୪।୪: ପହଲଗାମ ଆକ୍ରମଣ ପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକିସ୍ତାନ ଆରବ ସାଗରରେ ଫାୟାରିଂ ଡ୍ରିଲ୍‌ ଆରମ୍ଭ କରିଦେଇଛି। ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image