Categories: ବାଣିଜ୍ୟ

ରିଏଲ ଇଷ୍ଟେଟ-ଗୃହକ୍ରେତା ପ୍ରତିନିଧିଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ରିଏଲ ଇଷ୍ଟେଟ ଏବଂ ଘର କ୍ରେତା ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହି ବୈଠକରେ ନଗଦ ସଙ୍କଟ, ଚାହିଦା ହ୍ରାସ ଏବଂ ରୋକି ହୋଇଥିବା ପ୍ରକଳ୍ପକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ରିଏଲ ଇଷ୍ଟେଟରେ ଦେଖାଦେଇଥିବା ଅସୁବିଧାକୁ ଖୁବଶୀଘ୍ର ଦୂର କରାଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥମନ୍ତ୍ରୀ ପ୍ରଥମେ ରିଏଲ ଇଷ୍ଟେଟ କ୍ଷେତ୍ରର ଦୁଇ ଶୀର୍ଷ ସଂଗଠନ କ୍ରେଡାଇ ଓ ନାରେଡକୋ ପ୍ରତିନିଧିଙ୍କୁ ଭେଟିଥିଲେ। ଏହି ବୈଠକରେ ଆବାସ, ସହର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଆର୍ଥିକ ବ୍ୟାପାର, ରାଜସ୍ବ, ଆବାସ, ସିବିଡିଟି, କର୍ପୋରେଟ ବ୍ୟାପାର ଏବଂ ରେରାର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଥିଲେ।

Share