Categories: ଖେଳ

ରିଓରେ ସ୍ବର୍ଣ୍ଣ ଜିତିଲେ ଇଲାଭେନିଲ

ନୂଆଦିଲ୍ଲୀ,୨୯।୮: ଯୁବା ଭାରତୀୟ ଶୁଟର ଇଲାଭେଲିନ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ (ରାଇଫଲ୍‌/ପିସ୍ତଲ) ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସିନିୟର ସ୍ତରରେ ଚଳିତ ବର୍ଷ ପଦାର୍ପଣ କରିଥିବା ଇଲାଭେଲିନ ସାଥୀ ଶୁଟର ଅପୂର୍ବୀ ଚଣ୍ଡେଲା ଓ ଅଞ୍ଜୁମ ଗୁଦଗଲଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଫାଇନାଲରେ ୨୫୧.୭ ସ୍କୋର କରି ପୋଡିୟମର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ତାଙ୍କ ପଛକୁ ୨୫୦.୬ ସ୍କୋର କରିଥିବା ବ୍ରିଟେନର ସୋନେଡ ଏମ୍‌କିଣ୍ଟୋଶ ରୌପ୍ୟ ପଦକ ପାଇଛନ୍ତି। ଚଳିତ ବର୍ଷର ୪ ବିଶ୍ୱକପ୍‌ ପ୍ରତିଯୋଗିତାର ମହିଳା ୧୦ ମି. ଏୟାର ରାଇଫଲ ଇଭେଣ୍ଟରେ ଭାରତୀୟ ଶୁଟରମାନେ ୩ ସ୍ବର୍ଣ୍ଣ ପଦକ ଜିତିସାରିଛନ୍ତି। ଏହା ମହିଳା ୧୦ ମି. ଏୟାର ରାଇଫଲ ଇଭେଣ୍ଟରେ ଭାରତର ପତିଆରା ଦର୍ଶାଉଛି। ଗୁଜରାଟ ଇଲାଭେନିଲ ଯୋଗ୍ୟତା ପର୍ଯ୍ୟାୟରେ ୬୨୯.୪ ସ୍କୋର କରି ସିନିୟର ଅଞ୍ଜୁମ (୬୨୯.୧)ଙ୍କୁ ପଛର ପକାଇ ଦେଇଥିଲେ। ଅଞ୍ଜୁମ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଥିଲେ।

Share