ରିକ୍ସା ଚାଳକଙ୍କ ଝିଅ ବିବାହରେ ଶୁଭେଚ୍ଛା ବାର୍ତ୍ତା ପଠାଇଲେ ମୋଦି

ବାରାଣସୀ,୧୬।୨: ଉତ୍ତରପ୍ରଦେଶ ବାରାଣସୀର ରିକ୍ସା ଚାଳକ ମଙ୍ଗଳ କେବଟଙ୍କ ଘରେ ଝିଅ ବାହାଘର ପାଇଁ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଉ ଏହି ଖୁସି ଏବେ ଦ୍ୱିଗୁଣା ହୋଇଯାଇଛି। ଏହାର କାରଣ ହେଉଛି ମଙ୍ଗଳଙ୍କ ଝିଅ ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମିଳିଛି ଶୁଭେଚ୍ଛା ବାର୍ତ୍ତା। ମୋଦି ତାଙ୍କ ବାର୍ତ୍ତାରେ ମଙ୍ଗଳଙ୍କ ଝିଅ ଓ ଜ୍ୱାଇଁଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମଙ୍ଗଳ କହିଛନ୍ତି ସେ ନିଜେ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଝିଅ ବାହାଘରର ନିମନ୍ତ୍ରଣ ପତ୍ର ଦେଇ ଆସିଥିଲେ। ଆଉ ଫେବୃୟାରୀ ୮ରେ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ସେ ଖୁବ୍‌ ଖୁସି ହୋଇଯାଇଥିଲେ। ମଙ୍ଗଳ ଆହୁରି ମଧ୍ୟ କହିଛନ୍ତି ଏଥିରୁ ପ୍ରମାଣ ହେଉଛି ମୋଦି ସମାଜର ସବୁଠାରୁ ଶେଷରେ ଥିବା ବ୍ୟକ୍ତିଙ୍କ କଥା ମଧ୍ୟ ମନରେ ରଖିଛନ୍ତି। ଏବେ ମଙ୍ଗଳଙ୍କ ପତ୍ନୀ ରେନୁ ଦେବୀ କହିଛନ୍ତି ଗୋଟିଏ ଥର ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି। ଆଉ ତାଙ୍କ ସମସ୍ୟା କଥା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛନ୍ତି।

Share