Posted inଖେଳ

ରିଙ୍କୁଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)-ଉତ୍ତର ପ୍ରଦେଶର ବାମହାତୀ ଖେଳାଳି ରିଙ୍କୁ ସିଂଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩ ମାସ ସସ୍‌ପେଣ୍ଡ କରିଛି। ସ୍ବୀକୃତି ପାଇ ନ ଥିବା ଆବୁଧାବି ଟି୨୦ ଲିଗ୍‌ରେ ଖେଳିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। କେବଳ ସେତିକି ନୁହେଁ ଏହି ଖେଳାଳିଙ୍କୁ ଭାରତ ଏ’ ଦଳରୁ ପ୍ରତ୍ୟାହାର କରି ନିଆଯାଇଛି। ରିଙ୍କୁଙ୍କ ଦଣ୍ଡାଦେଶ ଜୁନ୍‌ ୧ରୁ ଲାଗି ହେବ। ବିସିସିଆଇ ଭେଟେରାନ ଅଲ୍‌ରାଉଣ୍ଡର ଇରଫାନ ପଠାନଙ୍କୁ କେବଳ ଚେତାବନୀ ସହ ଛାଡ଼ିଦେଇଛି। ଏହି ଖେଳାଳି ବୋର୍ଡର ବିନା ଅନୁମତିରେ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ଅଂଶଗ୍ରହଣ କରିବା ଲାଗି ତାଙ୍କ ନାମ ପଠାଇଥିଲେ। ମାତ୍ର ପରବର୍ତ୍ତୀକାଳରେ ସେଥିରୁ ଓହରିଯାଇଥିଲେ। ପୂର୍ବତନ ଭାରତର ୧୯ବର୍ଷରୁ କମ୍‌ ଅଧିନାୟକ ଅନୁଜ ରାଓ୍ବତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ କେବଳ ତାଗିଦ ସହ ଛାଡ଼ି ଦିଆଯାଇଛି। ଏହି ଖେଳାଳି ପାକିସ୍ତାନୀ କ୍ରିକେଟରଙ୍କ ସହିତ ମରିସସ୍‌ରେ ସ୍ବୀକୃତି ପାଇ ନ ଥିବା ଏକ ଟି୨୦ ଲିଗ୍‌ରେ ଖେଳିଥିଲେ। ରିଙ୍କୁ ଗତ ଦୁଇ ସିଜନ ଧରି କୋଲକାତା ନାଇଟ୍‌ ରାଇଡର୍ସ ଦଳରେ ରହି ଆସିଛନ୍ତି। ଆଇପିଏଲ ଶେଷ ହେବା ପରେ ସେ ଅଣସ୍ବୀକୃତି ଲିଗ୍‌ରେ ଖେଳିଥିଲେ।
ବିସିସିଆଇ କହିଛି, ବୋର୍ଡ ଦ୍ୱାରା ପଞ୍ଜୀକୃତ ଖେଳାଳିମାନେ ବିନା ଅନୁମତି ବିଦେଶରେ କୌଣସି ଟୁର୍ନାମେଣ୍ଟରେ ଭାଗ ନେଇ ପାରିବେ ନାହିଁ। ରିଙ୍କୁ ବିନା ଅନୁମତିରେ ଟୁର୍ନାମେଣ୍ଟରେ ଭାଗନେଇଥିବାରୁ ସିଧାସଳଖ ନିୟମ ଉଲ୍ଲଂଘନ କରିଥିଲେ। ରିଙ୍କୁ ଜଣେ ଯୁବ ଖେଳାଳି ହୋଇଥିବାରୁ ତାଙ୍କୁ କେବଳ ତାଗିଦ ସହ ଛାଡ଼ିଦେବା ଠିକ୍‌ ହେବ ନାହିଁ। କ୍ରିକେଟ ଅପରେଶନ୍ସ ଟିମ୍‌ରେ କାର୍ଯ୍ୟକରୁଥିବା ବିସିସିଆଇର ଜଣେ ସିନିୟର ଅଫିସିଆଲ ନିଜନାମ ଗୋପନ ରଖିବାକୁ କହି ବୋର୍ଡର ଏହି ଦ୍ୱୈତ୍ୟ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବହୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଇରଫାନ ପଠାନ ନିୟମ ଓ କାନୁନ ବିଷୟରେ ଅବଗତ ଥାଇ ମଧ୍ୟ ସିପିଏଲ୍‌ରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ତାଙ୍କୁ ଯଦି ଦଣ୍ଡ ବିଧାନ କରାଗଲା ନାହିଁ ତେବେ ପ୍ରଥମ ଥର ତ୍ରୁଟି କରିଥିବା ରିଙ୍କୁଙ୍କୁ କାହିଁକି ଦଣ୍ଡ ବିଧାନ କରାଗଲା ବୋଲି କହିଛନ୍ତି। ବିସିସିଆଇ କ୍ରିକେଟ ଅପରେଶନ୍ସର ଜେନେରାଲ ମ୍ୟାନେଜର ସବା କରିମ୍‌ଙ୍କୁ ଏ ବିଷୟରେ ପଚରାଯିବାରେ ସେ କହିଥିଲେ ଏଥିରେ ମୁଁ ସହମତି ଇରଫାନ ଟୁର୍ନାମେଣ୍ଟ ଖେଳି ନ ଥିଲେ। ଯୁବ ଖେଳାଳିଙ୍କ ଲାଗି ଉଦାହରଣ ସୃଷ୍ଟି ପାଇଁ ଏହି ଦଣ୍ଡ ବିଧାନ କରାଯାଇଛି। ସିନିୟର ଅଫିସିଆଲ ଜଣକ ଆହୁରି ମଧ୍ୟ ଯୁକ୍ତି ଦର୍ଶାଇଥିଲେ ଯେ, ବିସିସିଆଇ ଯଦି ଯୁବ ଖେଳାଳିଙ୍କ ଲାଗି ଉଦାହରଣ ସୃଷ୍ଟି ପାଇଁ ଏପରି କରିଛି ତେବେ ଦିଲ୍ଲୀ କିପର ଓ ବ୍ୟାଟ୍ସମ୍ୟାନ ଅନୁଜ ରାଓ୍ବତଙ୍କୁ କିପରି ବିନା ଦଣ୍ଡରେ ଛାଡ଼ି ଦିଆଗଲା। ରାଓ୍ବତ ପୂର୍ବତନ ପାକିସ୍ତାନ ଖେଳାଳିଙ୍କ ସହିତ ଖେଳିଥିଲେ, ଯେଉଁମାନେ ଆଇସିସି ଦୁର୍ନୀତି ନିରୋଧୀ ୟୁନିଟ୍‌ ରାଡାରରେ ଅଛନ୍ତି। ତୁମେ ଯଦି କୌଣସି ୟଙ୍ଗଷ୍ଟରଙ୍କୁ ଏକ ନୀତିଶିକ୍ଷା ଦେବାକୁ ଚାହୁଁଛ ତେବେ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ୍‌। ନିକଟରେ ଶ୍ରୀଲଙ୍କାରେ ଭାରତର ୧୯ ବର୍ଷରୁ କମ୍‌ ଦଳ ତରଫରୁ ଖେଳିଥିବା ଅନୁଜ ରାଓ୍ବତଙ୍କ ଛାଡ଼ି ଦେଇଥିବା ବେଳେ ସମାନ ଅପରାଧ ପାଇଁ ରିଙ୍କୁ ସିଂଙ୍କୁ ଭାରତର ପ୍ରତିନିଧିତ୍ୱ ସୁଯୋଗରୁ ବଞ୍ଚତ୍ତ କରିବା କେତେ ଯଥାର୍ଥ ବୋଲି ସିନିୟର ଅଫିସିଆଲ ଜଣଙ୍କ ପ୍ରଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri