ସିଡ୍ନୀ,୮ା୫ (ପି.ଟି.)-ଅଷ୍ଟ୍ରେଲିଆ ପେସ୍ ବୋଲର ଝେ ରିଚାର୍ଡସନଙ୍କ ଡାହାଣ କାନ୍ଧରେ ଅସ୍ତ୍ରୋପଚାର ହୋଇଛି। ଗତବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ହାତର ଖଞ୍ଜା ଖସିଯାଇଥିଲା। କୋଭିଡ୍-୧୯ ମହାମାରୀ ପରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ଲାଗି ସେ ଆଶା ରଖିଛନ୍ତି। ୨୩ ବର୍ଷୀୟ ଏହି କ୍ରିକେଟର ୬ ମାସ ହେଲା ଖେଳରୁ ଦୂରେ ରହିଥିଲେ। ସେ ବିଶ୍ୱ କପ୍ ଓ ଆଶେସ ଟୁର୍ରେ ସାମିଲ ହୋଇ ପାରି ନ ଥିଲେ। ମାର୍ଚ୍ଚରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟରେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସ୍ଥିତିରେ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟକଳାପ ବନ୍ଦ ଅବା ବାତିଲ କରାଯାଇଛି। ଏହି ସମୟର ସେ ଅସ୍ତ୍ରୋପଚାର ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯିବା ଲାଗି ପ୍ରୟାସ କରିଛନ୍ତି।