ରିଜର୍ଭ ପ୍ରିମିୟର ଲିଗ୍‌ : ଖୁସି ଫାଇଟର ଚାମ୍ପିୟନ

ସୋନପୁର,୨୩।୬(ନି.ପ୍ର.):ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ଚାଲିଥିବା ରିଜର୍ଭ ପ୍ରମିୟର ଲିଗ୍‌(ଆରପିଏଲ-୪) ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ ଖୁସି ଫାଇଟର ଓ ମାନ୍‌ଭି ବ୍ଲାଷ୍ଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟି-୧୫ ଓ ଟି-୫ ଫର୍ମାଟ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଖୁସି ଫାଇଟର ବିଜୟୀ ହୋଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ମାନ୍‌ଭି ବ୍ଲାଷ୍ଟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୦ ଓଭରରେ ଦଳ ସମସ୍ତ ଉଇକେଟ୍‌ ହରାଇ ୬୨ ରନ କରିଥିଲା । ଅନିଲ ମଲ୍ଳିକ ୨୦ ରନ ସଂଗ୍ରହ କରିଥିଲେ । ଖୁସି ଫାଇଟରର ଜ୍ୟୋତି ମିଶ୍ର ୩ଟି ଓ ନିବାସ କୁଅଁର ୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଖୁସି ଫାଇଟର ୩ ଉଇକେଟ୍‌ ହରାଇ ୬୫ ରନ ସଂଗ୍ରହ କରିଥିଲା । ବିଷ୍ଣୁ ନାଏକ ୨୬ ରନ ସଂଗ୍ରହ କରିଥିଲେ। ମାନ୍‌ଭି ବ୍ଲାଷ୍ଟରର ଅଭି ନାୟକ, ବିଶାଲ ତରିଆ ଓ ଉତ୍ତମ ମେହେର ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଅ୍ଜାର କରିଥିଲେ । ଟି-୫ ମ୍ୟାଚ୍‌ରେ ମାନ୍‌ଭି ବ୍ଲାଷ୍ଟର ୬ ଉଇକେଟ୍‌ ହରାଇ ୨୯ ରନ ସଂଗ୍ରହ କରିଥିଲା। ଖୁସି ଫାଇଟର ୪.୪ ଓଭରରେ ୪ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା । ବିଷ୍ଣୁ ନାଏକଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ସନତ ପାତ୍ର ବେଷ୍ଟ ବ୍ୟାଟ୍ସମ୍ୟାନ ଓ ନିବାସ କହଁର ଟୁର୍ନାମେଣ୍ଟର ବେଷ୍ଟ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ମ୍ୟାଚ୍‌କୁ କୁନା ନାୟକ ଓ ଶ୍ୟାମସୁନ୍ଦର ପଣ୍ଡା ପରିଚାଳନା କରିଥିଲେ। ରାଜେଶ କୁମାର ପାଣ୍ଡେ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଟୁନା ନନ୍ଦ ଓ ମନୋଜ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲାପାଳ ମଧୁସୂଦନ ମିଶ୍ର ଓ ଏସ୍‌ପି ଦେବୀପ୍ରସାଦ ଦାଶ ଅତିଥି ଭାବେ ଯୋଗ ଦେଇ ଏହି କ୍ରିକେଟ୍‌ ଲିଗ୍‌ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି କରିବାର ମାଧ୍ୟମ ପାଲିଟିଛି ବୋଲି କହିଥିଲେ। ରିଜର୍ଭ ଇନ୍ସପେକ୍ଟର ଅମରେନ୍ଦ୍ର ପାଣିଗ୍ରାହୀ, ସର୍ଜେଣ୍ଟ ବିଶ୍ୱନାଥ ଜେନା, ସୋନପୁର ଥାନା ଅଧିକାରୀ ଲୋକେଶ ସାହୁ, ଜିଲା ସରପଞ୍ଚ ସଂଘର ସମ୍ପାଦକ ତଥା ଜନମୁରା ସରପଞ୍ଚ ଅରବିନ୍ଦ ବାରିକ୍‌, ସାମାଜିକକର୍ମୀ ପୁରୁଷୋତ୍ତମ ପାଣିଗ୍ରାହୀ, ହାବିଲଦାର-କନଷ୍ଟେବଳ ସଂଘର ସୁବର୍ଣ୍ଣପୁର ଜିଲା ଶାଖା ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ଦୀନେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri