Categories: ବାଣିଜ୍ୟ

ରିଟର୍ନ ଦାଖଲ ଲାଗି ଇ-ଫାଇଲିଂ ଲାଇଟ୍‌

ନୂଆଦିଲ୍ଲୀ,୨-୮: ଆୟକର ବିଭାଗ ପକ୍ଷରୁ ରିଟର୍ନ ଦାଖଲ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂଆ ସରଳ ସୁବିଧା ଆରମ୍ଭ କରାଯାଇଛି। ବିଭାଗର ଓ୍ବେବ୍‌ସାଇଟରେ ‘ଇ-ଫାଇଲିଂ ଲାଇଟ୍‌’ ନାମରେ ଏହି ସୁବିଧା ଆରମ୍ଭ ହୋଇଛି। ଓ୍ବେବସାଇଟର ହୋମ୍‌ପେଜରେ ‘ଇ-ଫାଇଲିଂ ଲାଇନ’ ବଟନ ଦବାଇ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ସବୁ ସେବା ସହିତ ଉପଲବ୍ଧ ବର୍ତ୍ତମାନର ଇ-ଫାଇଲିଂ ପୋର୍ଟାଲକୁ ‘ପୋର୍ଟାଲ ଲଗ୍‌ଇନ’ ବଟନ ଦବାଇ ବ୍ୟବହାର କରାଯାଇପାରିବ। ଜଣେ ଅଧିକାରୀ କହିଛନ୍ତି ଯେ, ଓ୍ବେବ୍‌ ପୋର୍ଟାଲରେ ନୂଆ ‘ଲାଇଟ’ ଟ୍ୟାବ୍‌ ଉପସ୍ଥାପନ କରାଯାଇଛି। ଟିକସଦାତା ଥରେ ନିଜର ପେଜ୍‌ରେ ଲଗ୍‌ ଅନ୍‌ କରିବା ମାତ୍ରେ ତାଙ୍କୁ କେବଳ ସେହି ଲିଙ୍କ୍‌ ମିଳିବ ଯାହା ଅନ୍‌ଲାଇନ ଆୟକର ରିଟର୍ନ ଏବଂ ୨୬ ଏଏସ୍‌ ପୂରଣ କରିବା ଲାଗି ଆବଶ୍ୟକ ହେବ।

Share