ତିହିଡ଼ି,୩।୩(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭାଜପା ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା କରିଥିବା ରିଟେଲରଙ୍କୁ ନିଲମ୍ବନ ଦାବିରେ ଭାଜପା କର୍ମୀ ଅନଶନରେ ବସିବା ସହ ଏହି ଧାରଣା ଦେଇଛନ୍ତି। ଭାଜପା ନେତା ରଘୁନାଥ ପାତ୍ର, ସଂଗ୍ରାମ ମହାନ୍ତି, ମାନସ ରଞ୍ଜନ ନାୟକ, ପ୍ରଦୀପ ବଳ, ଶ୍ରୀଧର ତରାଇ, ରାଜାରାମ ମହାକୁଡ ପ୍ରମୁଖଙ୍କ ନେତୃତ୍ୱରେ ପଞ୍ଚାୟତର ଭାଜପା କର୍ମୀ ଓ ହିତାଧିକାରୀମାନେ ଗଣଧାରଣା ଦେଇଛନ୍ତି।