Categories: ଜାତୀୟ

ରିପୋର୍ଟ କାର୍ଡ: ଟ୍ରମ୍ପ୍‌ ଥିଲେ ଛାତ୍ରନେତା;ମଡେଲିଂ ପାଇଁ ମେଲାନିଆ ବାନ୍ଧିଥିଲେ ପାଠପଢ଼ାରେ ଡୋରି-ଇଭାଙ୍କାଙ୍କ ଲାଗି ବୋର୍ଡିଂ ସ୍କୁଲ ଥିଲା ଜେଲ ଭଳି

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଟ୍ରମ୍ପ୍‌ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ତ୍ରୀ ମେଲାନିଆ ଏବଂ ଝିଅ ଇଭାଙ୍କା ଟ୍ରମ୍ପ୍‌ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପ୍‌ ମିଲିଟାରୀ ସ୍କୁଲରେ ପାଠପଢ଼ିଥିବାବେଳେ କଲେଜ ଜୀବନରେ ଜଣେ ଛାତ୍ରନେତା ଥିଲେ। ପରେ ଟିଭି କଳାକାର ଭାବେ ସେ କିଛି ଦିନ ମଧ୍ୟ କାର୍ଯ୍ୟ କରିଥିଲେ। ସେହିପରି ସ୍ତ୍ରୀ ମେଲାନିଆ ମଡେଲିଂ ପାଇଁ ପାଠପଢ଼ାରେ ଡୋରି ବାନ୍ଧିଥିଲେ। ସେ ୫ ବର୍ଷ ବୟସରୁ ମଡେଲିଂ କରିବା ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ସେ ଫେଶନ ଫଟୋଗ୍ରାଫି କରିବା ଆରମ୍ଭ କରିଥିଲେ। ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କାଙ୍କ ଶିକ୍ଷା ବୋର୍ଡିଂ ସ୍କୁଲରେ ହୋଇଥିଲା। ତାଙ୍କୁ ସ୍କୁଲ ଏକ ଜେଲ ଭଳି ଲାଗୁଥିଲା ବୋଲି ସେ ଏକ ସାକ୍ଷାତ୍‌କାରରେ କହିଥିଲେ। ସେ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଓ୍ବାନାଙ୍କ ଝିଅ। ୧୯୯୧ରେ ଟ୍ରମ୍ପ୍‌ ଏବଂ ଇଓ୍ବାନାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେତେବେଳେ ଇଭାଙ୍କାଙ୍କୁ ୯ ବର୍ଷ ହୋଇଥିଲା। ଏହାପରେ ଶିକ୍ଷା ପାଇଁ ତାଙ୍କୁ ବୋର୍ଡିଂ ସ୍କୁଲରେ ଭର୍ତ୍ତି କରାଯାଇଥିଲା।

Share