ରିଫି୍ରିଜିଂ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ଆଜିକାଲି ଖାଦ୍ୟକୁ ସଂରକ୍ଷିତ କରି ରଖିବାର ଅନେକ ପ୍ରକାର ଉପାୟ ରହିଛି। ଆମେ ରାନ୍ଧିଥିବା ଖାଦ୍ୟ ବଳି ପଡ଼ିଲେ ତାହାକୁ ରେଫ୍ରିଜରେଟରରେ ରଖିଦେଇଥାଉ। ପରବର୍ତ୍ତୀ ସମୟରେ ତାହାକୁ ବାହାର କରି ଖାଇଥାଉ। ପୁଣି ବଳକା ଖାଦ୍ୟକୁ ତା’ ଭିତରେ ରଖିଦେଉ। ଏହାକୁ ‘ରିଫ୍ରିଜିଂ’ କୁହାଯାଏ। ହେଲେ ପୁଷ୍ଟିବିଜ୍ଞାନୀଙ୍କ ମତରେ ଏହି (ରିଫ୍ରିଜିଂ)ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କଥା କ’ଣ କି ରେଫ୍ରିଜରେଟରରେ ଥିବା ଖାଦ୍ୟକୁ ବାରମ୍ବାର ବାହାର କଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ତେଣୁ ସେପରି ଖାଦ୍ୟକୁ ପରେ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ରେଫ୍ରିଜରେଟରରେ ଖାଦ୍ୟ ଆବଶ୍ୟକତାଠାରୁ ଅଧିକ ଦିନ ରହିଲେ ତାହାର ଗୁଣବତ୍ତା ନଷ୍ଟ ହୋଇଯାଇଥାଏ। ତା’ ସହ ସେହି ଖାଦ୍ୟର ପୋଷକତତ୍ତ୍ୱ ମଧ୍ୟ ହ୍ରାସ ପାଇଥାଏ। ତେଣୁ ଖାଦ୍ୟପଦାର୍ଥ ହେଉ ଅବା ପନିପରିବା-ଏଗୁଡ଼ିକୁ ରେଫ୍ରିଜରେଟରରେ ଆବଶ୍ୟକତାଠାରୁ ଅଧିକ ଦିନ ନ ରଖିବା ଭଲ।