ପ୍ରକୃତି ତା’ କୋଳରେ ସଜାଇ ରଖିଛି ଅନେକ ସୁନ୍ଦର ସ୍ଥାନ। ପୃଥିବୀ ପୃଷ୍ଠରେ ଏଭଳି ମଧ୍ୟ ସ୍ଥାନ ରହିଛି ଯାହା ଦେଖିବାକୁ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ । ସେହିଭଳି ଏକ ନଦୀ ରହିଛି କଲମ୍ବିଆରେ । ଏହି ନଦୀର ନାଁ ହେଉଛି ‘କେନୋ କ୍ରିଷ୍ଟାଲ’। ଏହି ନଦୀ ‘ରିଭର ଅଫ୍ ଫାଇଭ୍ କଲର୍ସ’ ନାମରେ ମଧ୍ୟ ଖ୍ୟାତ। ସାଧାରଣତଃ ନଦୀ ପାଣିର ରଙ୍ଗ ସ୍ବଚ୍ଛ ବା ମାଟିଆ ହୋଇଥିବା ବେଳେ ଏହି ନଦୀ ପାଣିର ରଙ୍ଗ କିନ୍ତୁ ପାଞ୍ଚ ପ୍ରକାରର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚତ। ଗ୍ରାଷ୍ମ ଦିନରୁ ନେଇ ବର୍ଷା ଋତୁ ପର୍ଯ୍ୟନ୍ତ ଏହି ନଦୀ ଶଯ୍ୟାରେ ମେକରେନିୟା କ୍ଲେଭିଗେରା ନାମକ ଏକ ଜଳଜ ଉଦ୍ଭିଦ ବଢିଥାଏ, ଯାହାର ରଙ୍ଗ ନାଲି, ନୀଳ, ସବୁଜ, ହଳଦିଆ ଏବଂ କଳା। ଏହି ନଦୀର ଜଳ ବହୁତ ସ୍ବଚ୍ଛ ଥିବା ହେତୁ ପାଣି ଭିତରେ ଥିବା ଉଦ୍ଭିଦଗୁଡିକ ବେଶ୍ ପରିଷ୍କାର ଦେଖାଯାଏ, ଫଳରେ ପାଣି ବିଭିନ୍ନ ରଙ୍ଗର ଦେଖାଯାଇଥାଏ । ଏହି ଉଦ୍ଭିଦର ଅଧା ଅଂଶ ପାଣିରେ ବୁଡି ରହୁଥିବା ବେଳେ ଆଉ ଅଧା ଅଂଶ ପାଣି ଉପରକୁ ଦେଖାଯାଇଥାଏ। ତେବେ ପଞ୍ଚ ରଙ୍ଗଧାରୀ ଏହି ନଦୀକୁ ନ୍ୟାଶନାଲ ଜିଓଗ୍ରାଫିକ୍ ଦ୍ୱାରା ‘ଦ ଗାର୍ଡେନ ଅଫ୍ ଇଡେନ୍’ ବୋଲି ଆଖ୍ୟା ଦିଆଯାଇଛି।