ଡକାୟତି ଯୋଜନା ପଣ୍ଡ : ରିଭଲଭର ଜବତ, ୩ ଗିରଫ

ଚୌଦ୍ୱାର, ୨୩ା୬(ଡି.ଏନ୍‌.ଏ.) : ଚୌଦ୍ୱାର ପୋଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ତଳବଜାର ଡେଲ୍‌ଟା କଲୋନୀର ଚିତ୍ତରଞ୍ଜନ ଦାସ, ସାମଲସାହିର ମିଟୁ ସାମଲ ଏବଂ ଆନନ୍ଦ ସାମଲ। ଏମାନଙ୍କ ନାମରେ ଚୌଦ୍ୱାର ଥାନା ସମେତ ଟାଙ୍ଗୀ ଓ ସାଲେପୁର ଥାନାରେ ଚୋରି, ଡକାୟତି ଭଳି ବିଭିନ୍ନ ମାମଲା ରହିଛି। ଶନିବାର ଅଭିଯୁକ୍ତମାନେ କୌଣସି ଏକ ଡକାୟତି ଯୋଜନା କରୁ୍‌ଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇ ପୋଲିସ ଆଗ୍ରାହାଟ ଶଙ୍କରପୁର ରାସ୍ତାରେ ଅଭିଯୁକ୍ତ ୩ ଜଣଙ୍କୁ ଆକ୍ଟିଭା ଗାଡ଼ିରେ ଯାଉଥିବାବେଳେ ସେମାନଙ୍କୁ ଅଟକାଇ ଯାଞ୍ଚ କରିବାରୁ ଗୋଟିଏ ଦେଶୀ ରିଭଲଭର ପୋଲିସକୁ ମିଳିଥିଲା।

Share