Posted inଜାତୀୟ

ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍‌ପିଏଲ୍‌ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆସନ୍ତା ୧୭ ତାରିଖ ବୈଠକରେ ନିଷ୍ପତ୍ତି ନେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପ୍ରଦାନ କରି ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ନିର୍ଦ୍ଦେଶ ଦେବା ସହ ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ଅନ୍ୟତ୍ର ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ଜମି ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ସମୀକ୍ଷା କରାଯିବ କି ନାହିଁ ତାହା ଉପରେ ୧୭ ତାରିଖ ବୈଠକରେ ନିଷ୍ପତ୍ତି ହେବ ବୋଲି ବରିଷ୍ଠ ଆଇନଜୀବୀ ଜଫରୟାବ ଜିଲାନି ସୋମବାର କହିଛନ୍ତି। ଉତ୍ତରପ୍ରଦେଶର ସୁନ୍ନୀ ଓ୍ବାକଫ୍‌ ବୋର୍ଡ ସମେତ ଅନ୍ୟ ମୁସଲିମ୍‌ ପକ୍ଷଙ୍କ ପାଇଁ ଜିଲାନି ତଳକୋର୍ଟ, ଆଲ୍ଲାହାବାଦ ହାଇକୋର୍ଟ ଏବଂ ସର୍ବୋଚ୍ଚ ଅଦାଲତରେ ମାମଲା ଲଢ଼ୁଥିଲେ।
ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ଜମି ଗ୍ରହଣ କରିବାକୁ ଅଯୋଧ୍ୟାର ପ୍ରମୁଖ ନେତାମାନେ ମନା କରିଛନ୍ତି। ମାମଲାର ଅନ୍ୟତମ ପକ୍ଷ ଥିବା ଜମାଏତ୍‌ ଉଲେମା-ଇ-ହିନ୍ଦ୍‌ ସଂଗଠନର ଅଧ୍ୟକ୍ଷ ମୌଲାନା ବାଦଶାହ ଖାନ୍‌ କହିଛନ୍ତି, ସେମାନେ ବାବ୍ରୀ ମସ୍‌ଜିଦ ଜମି ପାଇଁ ମାମଲା ଲଢ଼ୁଥିଲେ, ଅନ୍ୟତ୍ର ଜମି ନେବାକୁ ନୁହେଁ। ଆମେ ଅନ୍ୟତ୍ର ଜମି ନେବାକୁ ଚାହୁଁନୁ, ବରଂ ଉକ୍ତ ଜମିକୁ ଆମେ ରାମମନ୍ଦିରକୁ ଦାନ କରିବୁ ବୋଲି ସେ କହିଛନ୍ତି। ମୁସଲମାନମାନେ ଜମି କିଣି ମସ୍‌ଜିଦ ନିର୍ମାଣ କରିପାରିବେ। ସେମାନେ କୌଣସି ସରକାରଙ୍କ ଉପରେ ନିର୍ଭର କରିବାକୁ ଚାହୁଁନାହାନ୍ତି। ଯଦି ଅଦାଲତ କିମ୍ବା ସରକାର ଆମକୁ ଜମି ଦେବାକୁ ଚାହାନ୍ତି ତେବେ ଦରଘା ଓ ଶ୍ମଶାନ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ଦିଅନ୍ତୁ ବୋଲି ସ୍ଥାନୀୟ ମୌଲାନା ଜଲାଲ ଅଶ୍ରଫ୍‌ କହିଛନ୍ତି।

ରାୟର ସମୀକ୍ଷା ଆବଶ୍ୟକ: ହବିବୁଲ୍ଲା

ଅଯୋଧ୍ୟା ରାୟକୁ ନେଇ ଜାତୀୟ ସଂଖ୍ୟାଲଘୁ କମିଶନର ପୂର୍ବତନ ଅଧ୍ୟକ୍ଷ ଓ୍ବାଜାହତ୍‌ ହବିବୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାୟର ସମୀକ୍ଷା ହେବା ଦରକାର ବୋଲି ସେ ମତ ଦେଇଛନ୍ତି। ଦେଶର ପ୍ରଥମ ମୁଖ୍ୟ ସୂଚନା କମିଶନର ଥିବା ହବବୁଲ୍ଲା କହିଛନ୍ତି, ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଦୁଇ ସମ୍ପ୍ରଦାୟର ଉଦ୍‌ବେଗକୁ କମାଇବା ଲାଗି ଉଦ୍ୟମ କରିଛନ୍ତି। ତେବେ ରାୟ ତ୍ରୁଟିଯୁକ୍ତ ବୋଲି ସେ ଅନୁଭବ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନୀଲ ଜାଖରଙ୍କ ଇସ୍ତଫା ଖବର ମିଛ, ଭାଜପା କହିଲା ବିରୋଧି କରୁଛନ୍ତି ମିଛ ଖବର ପ୍ରଚାର

ଚଣ୍ଡିଗଡ଼,୨୭।୯: ଭାରତୀୟ ଜନତା ପାର୍ଟି ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଇସ୍ତଫା ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଭାଜପା ନେତା...

ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ଦୋହଲିଗଲା ବିହାର ରାଜନୀତି, ଜେଡିୟୁ, ଆରଜେଡିକୁ…

ପାଟନା,୨୭।୯: ଜନ ସୁରାଜ ଅଭିଯାନଙ୍କ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପି.କେ) ଅକ୍ଟୋବର ୨ରେ ସଂଗଠନର ଦଳ ଗଠନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ...

ଏତେ ଅହଂକାର ଠିକ୍‌ ନୁହେଁ, କେଜ୍‌ରିଓ୍ବାଲ୍‌ଙ୍କୁ କାହିଁକି ଏମିତି କହିଲେ ସ୍ବାତୀ ମାଲିଓ୍ବାଲ୍‌

ନୂଆଦିଲ୍ଲୀ,୨୭।୯: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ବିଧାନସଭାରେ ବୈଭବ...

ଓମାର ଅବଦୁଲ୍ଲାଙ୍କୁ ଶାହାଙ୍କ କଡା ବାର୍ତ୍ତା

ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଜାସରୋଟା, ଜମ୍ମୁ କଶ୍ମୀରରେ ଏକ ସାଧାରଣ ସଭାରେ...

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

ଭର୍ତ୍ତୃହରିଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୨୬ା୯:ବିଭିନ୍ନ ବିଭାଗ ସମ୍ପର୍କିତ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ଗୁରୁବାର ଗଠନ କରାଯାଇଛି। ଏଥିରେ ପ୍ରାୟ ସବୁ ଦଳକୁ ପ୍ରତିନିଧିତ୍ୱ ମିଳିଛି। ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ...

ସିବିଆଇକୁ କବାଟ କିଳିଦେଲା କର୍ନାଟକ

ବେଙ୍ଗାଲୁରୁ,୨୭ା୯:ମହୀଶୂର ଅର୍ବାନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି (ମୁଦା) ଜମି ଆବଣ୍ଟନ ବିବାଦ ମୁଣ୍ଡ କେଟିଥିବାବେଳେ ଗୁରୁବାର କର୍ନାଟକର କଂଗ୍ରେସ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଠାରୁ ଜେନେରାଲ...

ବୁଡ଼ ପକାଇ ବୁଡ଼ିଗଲେ ୪୬

ପାଟନା, ୨୭।୯: ବିହାରରେ ଜୀବୀତ୍‌ପୁତ୍ରିକା ଉତ୍ସବବେଳେ ବୁଧବାର ଅଘଟଣ ଘଟିଯାଇଛି। ରାଜ୍ୟର ୧୫ ଜିଲାର ବିଭିନ୍ନ ନଦୀ ଏବଂ ପୋଖରୀରେ ପବିତ୍ର ବୁଡ଼ ପକାଉଥିବା ସମୟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri